କ୍ଲାସ ରୁମକୁ ଆସିଲେ ଏକାଦଶ ଛାତ୍ରଛାତ୍ରୀ

କ୍ଲାସ ରୁମକୁ ଆସିଲେ ଏକାଦଶ ଛାତ୍ରଛାତ୍ରୀ

କ୍ଲାସ ରୁମକୁ ଆସିଲେ ଏକାଦଶ ଛାତ୍ରଛାତ୍ରୀ

ଭୁବନେଶ୍ବର: ଲମ୍ବା ପ୍ରତୀକ୍ଷା ପରେ ଆଜିଠାରୁ ଅଫଲାଇନରେ ଏକାଦଶ ଶ୍ରେଣୀର ପାଠପଢା ଆରମ୍ଭ ହୋଇଛି। କୋରୋନା କଟକଣା ସହ କ୍ଲାସ ମଧ୍ୟରେ ପାଠ ପଢିବେ ଛାତ୍ରଛାତ୍ରୀ । ଶିକ୍ଷାନୁଷ୍ଠାନ ଗୁଡିକରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଦିନ ୧୦ ଟାରୁ ୧ଟା ୩୦ ଯାଏଁ ଚାଲିବ ଏକାଦଶ କ୍ଲାସ । ଏହା ସହ ଉଭୟ ଅନଲାଇନ୍ ଏବଂ ଅଫଲାଇନ୍ କ୍ଲାସ୍ ମଧ୍ୟ ଜାରି ରହିବ। ଛାତ୍ରଛାତ୍ରୀମାନେ ସେମାନଙ୍କର ଅଭିଭାବକଙ୍କ ପରାମର୍ଶ ସହ ଅଫଲାଇନ୍ କ୍ଲାସରେ ଯୋଗ ଦେବେ। କୋଭିଡ -୧୯ ପ୍ରୋଟୋକଲ ଏବଂ ସାମାଜିକ ଦୂରତା ନିୟମ ଅନୁସରଣ କରି ଶିକ୍ଷାନୁଷ୍ଠାନ ସହ ହଷ୍ଟେଲଗୁଡ଼ିକ ମଧ୍ୟ ଖୋଲାଯିବ। ପ୍ରଥମ ଦିନରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା କମ ଥିଲା । 

ସରକାର ଜାରି କରିଥିବା ଗାଇଡଲାଇନରେ କୁହାଯାଇଛି, ଯେଉଁ ଛାତ୍ରଛାତ୍ରୀ ମାନେ ହଷ୍ଟେଲରେ ରହିବାକୁ ଚାହୁଁଥିବେ ସେମାନେ ଅଭିଭାବକଙ୍କ ପରାମର୍ଶ ଆଣିବା ବାଧ୍ୟତାମୂଳକ। ସ୍ୱାସ୍ଥ୍ୟ ବିଭାଗ ଏବଂ ଏସଆରସିଙ୍କ ଦ୍ବାରା ଜାରି ହୋଇଥିବା କୋରୋନା କଟକଣା ନିର୍ଦ୍ଦେଶାବଳୀକୁ କଡାକଡି ଭାବରେ ପାଳନ କରାଯିବା ନେଇ ନିର୍ଦ୍ଦେଶ ରହିଛି । ଅନ୍ୟପଟେ ନଭେମ୍ବର ୧ ରୁ ସ୍କୁଲ ପୋଷାକ ଓ ପରିଚୟ ପତ୍ର ବାଧ୍ୟତାମୂଳକ ରହିଛି। ଦୂରଦୂରାନ୍ତରୁ ଆସୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ପ୍ରଥମ ଦିନରେ ଇଣ୍ଡକ୍ସନ ସେସନ। ସୋମବାରରୁ ଶୁକ୍ରବାର ପର୍ୟ୍ୟନ୍ତ ୟୁଟ୍ୟୁବ୍ କ୍ଲାସ ବି ହେବ। ଏକାଦଶ ଶ୍ରେଣୀରେ ଦଶମ ଶ୍ରେଣୀର ପାଠର ସଂପୃକ୍ତ ଅଂଶ ଆଲୋଚନା ହେବ।