କୋଭିସିଲ୍ଡ ଟିକା ନେବାରେ ନିୟମ ପରିବର୍ତନ: ପ୍ରଥମ ଡୋଜର ୧୨ରୁ ୧୬ ସପ୍ତାହ ପରେ ୨ୟ ଡୋଜ ମିଳିପାରେ
କୋଭିସିଲ୍ଡ ଟିକା ନେବାରେ ନିୟମ ପରିବର୍ତନ: ପ୍ରଥମ ଡୋଜର ୧୨ରୁ ୧୬ ସପ୍ତାହ ପରେ ୨ୟ ଡୋଜ ମିଳିପାରେ
admin
May 13, 2021 - 07:41
Updated: May 13, 2021 - 07:41
ନୂଆଦିଲ୍ଲୀ: ଦେଶରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଦେଶରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ରାଜ୍ୟରେ ପ୍ରବେଶ କରିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । କରୋନାକୁ ମାତ ଦେବା ପାଇଁ ସାରା ଦେଶରେ ଏବେ ଟିକାକରଣ ଜାରି ରହିଛି । ତେବେ ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା କୋଭିସିଲ୍ଡ ଟିକାର ବ୍ୟବଧାନ ଅବଧି ବଢିପାରେ । ପ୍ରଥମ ଡୋଜର ୧୨ରୁ ୧୬ ସପ୍ତାହ ପରେ ୨ୟ ଡୋଜ ମିଳିପାରେ । କୋଭିସିଲ୍ଡର ବ୍ୟବଧାନ ଅବଧି ବଢାଇବାକୁ ନ୍ୟାସନାଲ ଟେକ୍ନିକାଲ ଆଡଭାଇଜରି ଗ୍ରୁପ ଅଫ ଇମୁ୍ୟନାଇଜେସନ (ଏନଟିଏଜିଆଇ)ପକ୍ଷରୁ ସୁପାରିଶ କରାଯାଇଛି । ଏଥିସହ ଗର୍ଭବତୀଙ୍କୁ ମଧ୍ୟ ଟିକା ଦେବା ପାଇଁ ଏନଟିଏଜିଆଇ ପକ୍ଷରୁ ସୁପାରିଶ କରାଯାଇଛି ।
ପ୍ରକାଶ ଯେ, ଗତକାଲି କୋଭିସିଲ୍ଡ ଟିକାର ଦ୍ୱିତୀୟ ଡୋଜ ସମ୍ପର୍କରେ ନିୟମ ପରିବର୍ତ୍ତନ କରାଯାଇଥିଲା। କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ନିୟମ ପରିବର୍ତ୍ତନ କରାଯାଇଥିଲା । ପ୍ରଥମେ ପ୍ରଥମ ଡୋଜ ନେବାର ୨୮ ଦିନ ଅର୍ଥାତ ୪ ସପ୍ତାହ ପରେ ଦ୍ୱିତୀୟ ଡୋଜ ଦିଆଯାଉଥିଲା । କିନ୍ତୁ ଏବେ ୪ ସପ୍ତାହ ନୁହେଁ, ୬ସପ୍ତାହ ପରେ କୋଭିସିଲ୍ଡ ଦ୍ୱିତୀୟ ଡୋଜ ଦିଆଯିବ ବୋଲି କୁହାଯାଇଥିଲା । ପ୍ରଥମ ଡୋଜର ୪୨ ଦିନ ପରେ କୋଭିସିଲ୍ଡର ଦ୍ୱିତୀୟ ଡୋଜ ନିଆଯାଇପାରିବ ବୋଲି କୁହାଯାଇଥିଲା । ପଞ୍ଜୀକରଣ ପାଇଁ କୋୱିନ ଆପରେ ମଧ୍ୟ ବ୍ୟବସ୍ଥା ବଦଳିଥିବା ସୂଚନା ମିଳିଥିଲା । ପ୍ରଥମ ଡୋଜ ନେବାର ୪ରୁ ୬ ସପ୍ତାହ ମଧ୍ୟରେ ଆସିଲେ ଦ୍ୱିତୀୟ ଡୋଜ ମିଳିବ ନାହିଁ । ଏନେଇ ଟିକାକରଣରେ ସମ୍ପୃକ୍ତ ଅଧିକାରୀମାନଙ୍କୁ ଜଣାଇବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଦେ୍ର୍ଧଶ ଦେଇଥିଲେ
।