କୋଭିଡ କଟକଣାରେ ବଜେଟ ଅଧିବେଶନ

କୋଭିଡ କଟକଣାରେ ବଜେଟ ଅଧିବେଶନ

କୋଭିଡ କଟକଣାରେ ବଜେଟ ଅଧିବେଶନ

ଭୁବନେଶ୍ୱର: ଏଥର ବି କୋଭିଡ କଟକଣାରେ ଚାଲିବ ବିଧାନସଭା ଅଧିବେଶନ । ଆସନ୍ତା ୨୫ରୁ ଆରମ୍ଭ ହେବାକୁ ଥିବା ବଜେଟ ଅଧିବେଶନ କୋଭିଡ କଟକଣାରେ ଚାଲିବ। ଆଜି ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ଏ ନେଇ ଆଲୋଚନା ହୋଇଛି । ବାଚସ୍ପତି ଡକ୍ଟର ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା ଆଜି ।

୨୫ ତାରିଖ ଦିନ ୧୧ ଟାରେ ରାଜ୍ୟପାଳ ଅଭିଭାଷଣ ରଖିବେ। ପରେ ଦିବଂଗତ ସଦସ୍ୟ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ ଓ ପୂର୍ବତନ ବାଚସ୍ପତି କିଶୋର ମହାନ୍ତିଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ ହେବ। ୪ ଟା ପର୍ଯ୍ୟନ୍ତ ମୁଲତବୀ ପରେ ପୁନର୍ବାର ଗୃହ କାର୍ଯ୍ୟ ଆରମ୍ଭ ହେବ। ପରଦିନଠାରୁ ଗୃହ କାର୍ଯ୍ୟ ଦୁଇଟି ପର୍ଯ୍ୟାୟରେ ୫ ଘଣ୍ଟା ଚାଲିବ। ଦିନ ସାଢେ ୧୦ ଟାରୁ ସାଢ଼େ ୧ ଟା ଏବଂ ପରବର୍ତ୍ତୀ ପର୍ଯ୍ୟାୟ ୪ ଟା ରୁ ୬ ଟା ଯାଏ ଚାଲିବ।

ରବିବାରକୁ ଛାଡ଼ି ସବୁଦିନେ ଗୃହ କାର୍ଯ୍ୟ ଚାଲିବ। ଲୋକସେବା ଭବନ, ଓକାକ ସହ ବିଭିନ୍ନ ସ୍ଥାନରୁ ଭିଡିଓ କନ୍ଫରେନ୍ସରେ ସଦସ୍ୟମାନେ ଯୋଡ଼ିହେବେ। କଂଗ୍ରେସ ଦୁଇ ଦିନ ମୁଲତବୀ ପ୍ରସ୍ତାବ ଦେବ ଓ ବିଜେପି ୩ ଦିନ ମୁଲତବୀ ପ୍ରସ୍ତାବ ଦେବେ। ୨୩ ଓ ୨୪ ତାରିଖ ବିଧାୟକ ସଦସ୍ୟଙ୍କ ଆରଟିପିସିଆର ଟେଷ୍ଟ ଓ ଆଣ୍ଟିଜେନ ଟେଷ୍ଟ ହେବ। କିନ୍ତୁ ପୌର ନିର୍ବାଚନ ପାଇଁ ସଦସ୍ୟମାନେ ବ୍ୟସ୍ତ ଥିବାରୁ ଜିଲ୍ଲାସ୍ତରରେ ଟେଷ୍ଟ ପାଇଁ ବ୍ୟବସ୍ଥା କରାଯିବ।