ଆଠଗଡ଼ ଏନଏସିରେ କଂଗ୍ରେସର ସମରସଜ୍ଜା
ଆଠଗଡ଼ ଏନଏସିରେ କଂଗ୍ରେସର ସମରସଜ୍ଜା
ଆଠଗଡ଼: କଟକ ଜିଲ୍ଲା ଆଠଗଡ଼ ଏନଏସି ଦଖଲ ପାଇଁ ବଳ ବଢ଼ାଇବାରେ ଲାଗିଛି କଂଗ୍ରେସ । ଆଠଗଡ଼ ଏନଏସିରେ ଅଧିକରୁ ଅଧିକ ଆସନ ଜିତିବା ପାଇଁ ଦଳ ଏବେ ସମରସଜ୍ଜାରେ ଲାଗି ପଡ଼ିଛି । ବରିଷ୍ଠ ଓ ଯୁବ ନେତା ଓ କର୍ମୀମାନଙ୍କୁ ଏକାଠି କରି ଲୋକଙ୍କ ନିକଟରେ ପହଞ୍ଚିବାକୁ ପ୍ରୟାସ ଚଳାଇଛି କଂଗ୍ରେସ । ସ୍ଥାନୀୟ ଅଂଚଳର ସମସ୍ୟାକୁ ଏଥର ପ୍ରମୁଖ ପ୍ରସଙ୍ଗ କରିଛନ୍ତି କଂଗ୍ରେସ ପ୍ରାର୍ଥୀମାନେ ।
ଏନଏସି ନିର୍ବାଚନ ନେଇ ଆଠଗଡ଼ କଂଗ୍ରେସ କାର୍ଯ୍ୟାଳୟ ପରିସରରେ ଏକ ବିରାଟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଛି । କଟକ ଜିଲ୍ଲା କଂଗ୍ରେସ କମିଟି ସଭାପତି ମାନସ ଚୌଧୁରୀ ଏହି ସମ୍ମଳନୀକୁ ଉଦଘାଟନ କରିଥିଲେ । ଆଠଗଡ଼ ମାଟିରେ ପୁଣି କଂଗ୍ରେସର ବିଜୟ ପତାକା ଉଡ଼ାଇବା ପାଇଁ ସମସ୍ତେ ଜୀ ଜାନ୍ ଲଗାଇ ଦଳ ପାଇଁ କାମ କରିବାକୁ ସେ ଆହ୍ୱାନ ଦେଇଥିଲେ । ଆଠଗଡ଼ରେ କଂଗ୍ରେସ ପ୍ରାର୍ଥୀମାନେ କିଭଳି ଶାସକ ଦଳକୁ ପରାଜିତ କରିବେ, ସେ ନେଇ ବୈଠକରେ ରଣନୀତି ପ୍ରସ୍ତୁତ ହୋଇଥିଲା । ମାନସ କହିଥିଲେ, ୨୨ ବର୍ଷ ହେଲାଣି ଗୋଟିଏ ଦଳ ଏଠାରେ ଶାସନ କରିଛି । ହେଲେ ଆଠଗଡ଼ର ବିକାଶ ହୋଇପାରୁନି । କଂଗ୍ରେସ ହିଁ ଆଠଗଡ଼ରେ ବିକାଶର ମୂଳଦୁଆ ପକାଇଥିଲା ଓ ଏହାକୁ କାର୍ଯ୍ୟକାରୀ କରିପାରିବ । ପୁଣି ଥରେ କଂଗ୍ରେସ କ୍ଷମତାକୁ ଆସିବା ପର୍ଯ୍ୟନ୍ତ ସମସ୍ତେ ଏକଜୁଟ ହୋଇ ବିଜେଡି ଓ ବିଜେପି ବିରୋଧରେ ଲଢେ଼ଇ କରିବାକୁ ହେବ । ଶାସକ ଦଳର ଟଙ୍କା ବଳ, ବାହୁବଳ ଆଗରେ କଂଗ୍ରେସ କର୍ମୀ ଆଜି ମୁଣ୍ଡ ଟେକି ସ୍ୱାଭିମାନର ସହ ଲଢ଼ୁଥିବାରୁ ସେ କର୍ମୀମାନଙ୍କୁ ମନୋବଳକୁ ପ୍ରଶଂସା କରିଥିଲେ । ହାତରେ ଅଧିକ ସମୟ ନଥିବାରୁ ରାତିଦିନ ଏକ କରି ଦଳ ପାଇଁ ଏବେ କାମ କରିବାକୁ ଆହ୍ୱାନ ଦେଇଥିଲେ ।
ଏହି ସମ୍ମିଳନୀରେ ଦଳର ବରିଷ୍ଠ ନେତା ବିଭୂତି ଭୂଷଣ ମିଶ୍ର, ଉମାବଲ୍ଲଭ ରଥ, ଅକ୍ଷୟ ତୁଙ୍ଗ ସାମଲ, ସୁଦର୍ଶନ ସାହୁ, ମୁନା ଭକ୍ତ, କଟକ ଜିଲ୍ଲା କମିଟିର ଯୁବ ନେତା ଡକ୍ଟର ବିପ୍ଳବ ଶିଳାଦିତ୍ୟ, ସତୀଶ ଶେଖରଙ୍କ ସମେତ ସମସ୍ତ ପ୍ରାର୍ଥୀମାନେ ଉପସ୍ଥିତ ଥିଲେ । ବହୁ ସଂଖ୍ୟାରେ କଂଗ୍ରେସ କର୍ମୀ ଏଥିରେ ସାମିଲ ହୋଇଥିଲେ ।




admin 