କାଲି ପ୍ରଚଣ୍ଡ ଖରା, ୪୦ ଡିଗ୍ରୀ ଡେଇଁବ!
କାଲି ପ୍ରଚଣ୍ଡ ଖରା, ୪୦ ଡିଗ୍ରୀ ଡେଇଁବ!
ଭୁବନେଶ୍ୱର: ଗରମ ବଢ଼ିଲାଣି । ମାର୍ଚ୍ଚ ଅଧାରୁ ଜଳାଇଲାଣି । ଆଗକୁ ଆହୁରି ତାତି ବଢ଼ିବ । ଆସନ୍ତା ୨ରୁ ୩ ଦିନ ଭିତରେ ରାଜ୍ୟର ଅନେକ ଜାଗାରେ ତାପମାତ୍ରା ୩ରୁ ୪ ଡିଗ୍ରୀ ସେଲସିୟସ୍ ବଢ଼ିଯାଇପାରେ । ଏମିତିକି କେତେକ ଜାଗାରେ ଦିନ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍ ଅତିକ୍ରମ କରିବା ଆଶଙ୍କା ରହିଛି ।
ନିଧୁର୍ମ ଖରା । ଘରୁ ବାହାରିବା ଏବେଠାରୁ ମୁସ୍କିଲ ହୋଇପଡ଼ିଛି । ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଜାରି କରାଯାଇ କୁହାଯାଇଛି, ତାପମାତ୍ରା ବଢ଼ିବ । ଆସନ୍ତାକାଲି ବଲାଙ୍ଗିର, ସୋନପୁର, ବୌଦ୍ଧ, ଅନୁଗୁଳ, ନୟାଗଡ଼, ଖୋର୍ଦ୍ଧା, ମୟୂରଭଞ୍ଜ, ବାଲେଶ୍ୱର ଜିଲ୍ଲାରେ ଗ୍ରୀଷ୍ମ ଲହରୀ ଅନୁଭୂତ ହେବ । ଏଥିପାଇଁ ଏହି ୮ଟି ଜିଲ୍ଲା ଲାଗି ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ।
୧୭ ତାରିଖରେ ଏହି ୮ଟି ଜିଲ୍ଲା ସହ ଝାରସୁଗୁଡ଼ାରେ ବି ଗ୍ରୀଷ୍ମ ଲହରୀ ଛଟପଟ କରିବା ସମ୍ଭାବନା ଅଛି । ୧୮ ତାରିଖରେ ଉପକୂଳରେ ଗରମ ପ୍ରକୋପ କମିବା ସମ୍ଭାବନା ରହିଥିବାବେଳେ ପଶ୍ଚିମ ଏବଂ ପାଶ୍ୱର୍ବର୍ତ୍ତୀ ଅଂଚଳରେ ଗରମ ଜାରି ରହିବ । ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବୌଦ୍ଧ, ବଲାଙ୍ଗିର ଜିଲ୍ଲାରେ ଗ୍ରୀଷ୍ମ ଲହରୀ ଅନୁଭୂତ ହୋଇପାରେ ।
ଆସନ୍ତାକାଲି ଭୁବନେଶ୍ୱର ତାପମାତ୍ରା ୪୦ ଡିଗ୍ରୀରେ ପହଞ୍ଚିପାରେ । କଟକରେ ତାପମାତ୍ରା ୩୮ ଡିଗ୍ରୀ ସମ୍ଭାବନା ରହିଛି ଆସନ୍ତାକାଲି ।




admin 