କୋଇଲା ଟ୍ରକ୍ ମାଲିକଙ୍କ ଆନ୍ଦୋଳନ
କୋଇଲା ଟ୍ରକ୍ ମାଲିକଙ୍କ ଆନ୍ଦୋଳନ
ଭଡ଼ା ବୃଦ୍ଧି ଦାବି:
ସୁନ୍ଦରଗଡ଼ : କୋଇଲା ପରିବହନ ଭଡ଼ା ବୃଦ୍ଧି ଦାବିରେ ଆଜି ଠାରୁ ମିଳିତ କୋଇଲା ଟ୍ରକ୍ ମାଲିକ ୟୁନିୟନ ଚକା ଜାମ୍ ଆନ୍ଦୋଳନ ଆରମ୍ଭ କରିଛି। ଫଳରେ ଏମସିଏଲର ତିନୋଟି କୋଇଲା ଖଣିରୁ କୋଇଲା ପରିବହନ ଠପ୍ ହୋଇଯାଇଛି।
ଏଠାରୁ ଝାରସୁଗୁଡ଼ା, ସମ୍ବଲପୁର ଓ ଛତିଶଗଡ଼କୁ କୋଇଲା ପରିବହନ ହେଉଥିବା ବେଳେ ଏହାର ଭଡ଼ା ଟନ୍ ପ୍ରତି ୧୪୦ ଟଙ୍କା ବୃଦ୍ଧି କରିବା ପାଇଁ ଦାବି କରିଥିଲା ମିଳିତ କୋଇଲା ଟ୍ରକ ମାଲିକ ୟୁନିୟନ।
ଜିଲ୍ଲା ପ୍ରଶାସନର ମଧ୍ୟସ୍ଥତାରେ କମ୍ପାନୀ କର୍ତ୍ତୃପକ୍ଷଙ୍କ ସହିତ ଟ୍ରକ୍ ମାଲିକଙ୍କ ଦୁଇ ଥର ବୈଠକ ବସିଥିଲା। ହେଲେ କୌଣସି ନିଷ୍କର୍ଷ ବାହାରି ପାରି ନଥିଲା। ଫଳରେ ଆଜି ଠାରୁ ଟ୍ରକ ମାଲିକମାନେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଚକା ଜାମ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ୮ ହଜାରରୁ ଊର୍ଦ୍ଧ୍ୱ ଟ୍ରକ୍ ଅଟକି ରହିଛି।




admin 