କୋଭିଡ୍‌ରେ ପିତା,ମାତାଙ୍କୁ ହରାଇଥିବା ଶିଶୁଙ୍କ ଲାଗି କେନ୍ଦ୍ର ସରକାରଙ୍କ ନୂଆ ଯୋଜନା

କୋଭିଡ୍‌ରେ ପିତା,ମାତାଙ୍କୁ ହରାଇଥିବା ଶିଶୁଙ୍କ ଲାଗି କେନ୍ଦ୍ର ସରକାରଙ୍କ ନୂଆ ଯୋଜନା

କୋଭିଡ୍‌ରେ ପିତା,ମାତାଙ୍କୁ ହରାଇଥିବା ଶିଶୁଙ୍କ ଲାଗି କେନ୍ଦ୍ର ସରକାରଙ୍କ ନୂଆ ଯୋଜନା

ନୂଆଦିଲ୍ଲୀ: କୋଭିଡ ମହାମାରୀ ସମୟରେ ନିଜ ପିତାମାତାଙ୍କୁ ହରାଇଥିବା ପିଲାଙ୍କ ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂଆ ଯୋଜନା କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ସହାୟତା ଯୋଗାଇବାକୁ ଘୋଷଣା କରିଛନ୍ତି । ଏହି କ୍ରମରେ କେନ୍ଦ୍ର ସରକାର ପିଏମ୍ କେୟାର୍ସ ପାଣ୍ଠିରେ ସେମାନଙ୍କ ଲାଗି ନୂଆ ସ୍କିମ୍ ଆରମ୍ଭ କରିଛନ୍ତି ।

କୋଭିଡ ବେଳେ ପିତାମାତାଙ୍କୁ ହରାଇଥିବା ପିଲାଙ୍କୁ ଚିହ୍ନଟ ଲାଗି ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ଜିଲ୍ଲ ପ୍ରଶାାସନ ଏବଂ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ମିଳିତ ଭାବେ କାର୍ୟ୍ୟ କରୁଛନ୍ତି । ଯାହାଦ୍ୱାରା ଏମାନଙ୍କୁ ସହାୟତା ଯୋଗାଇ ଦିଆଯିବ । ଏହି ପିଲାମାନଙ୍କୁ ମନ୍ତ୍ରଣାଳୟ ‘ପିଏମ କେୟାର୍ସ ଫର ଚିଲଡ୍ରେନ ସ୍କିମ୍, ୨୦୨୧ ପ୍ରମାଣପତ୍ର’ ପ୍ରଦାନ କରିବ । ଏହାବ୍ୟତୀତ ଏଭଳି ପିଲାମାନଙ୍କ ନିମନ୍ତେ ଅତିରିକ୍ତ ସିଟ୍ ସୃଷ୍ଟି ପାଇଁ ଉଚ୍ଚ ଶିକ୍ଷାନୁଷ୍ଠାନକୁ କୁହାଯାଇଛି । ଫଳରେ ପିଲାମାନେ ସେମାନଙ୍କ ଉଚ୍ଚ ଶିକ୍ଷା ଶେଷ କରିପାରିବେ ।