କୋଭାକ୍ସିନ୍କୁ ମିଳିବ ‘ହୁ’ ମାନ୍ୟତା!
କୋଭାକ୍ସିନ୍କୁ ମିଳିବ ‘ହୁ’ ମାନ୍ୟତା!

ହାଇଦ୍ରାବାଦ: କୋଭାକ୍ସିନକୁ ଖୁବ ଶୀଘ୍ର ମିଳିବାକୁ ଯାଉଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ଡଐଙ)ର ମାନ୍ୟତା । ଏନେଇ ୨୬ ଅକ୍ଟୋବରରେ ବସିବ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ବୈଠକ। ଭାରତ ବାୟୋଟେକର ଟୀକା କୋଭାକ୍ସିନକୁ ଜରୁରୀକାଳୀନ ମାନ୍ୟତା ଦେବା ନେଇ ଏହି ବୈଠକରେ ନିଷ୍ପତ୍ତି ହୋଇପାରେ ।
ସେପଟେ ଖୁବ ଶୀଘ୍ର ହାଇଦ୍ରାବାଦସ୍ଥିତ ଭାରତ ବାୟୋଟେକର କୋଭିଡ ଟିକା କୋଭାକ୍ସିନକୁ ଡଐଙ ଅନୁମୋଦନ ଦେବ ବୋଲି ଆଶା ପ୍ରକଟ କରିଛନ୍ତି ବୈଦେଶିକ ସଚିବ ହର୍ଷ ବର୍ଦ୍ଧନ ଶୃଙ୍ଖଳା। ଏହା ପ୍ରାଶାସନିକ କିମ୍ବା ରାଜନୈତିକ ପ୍ରକ୍ରିୟା ନୁହେଁ, ବରଂ ଏହା ଏକ ଟେକ୍ନିକାଲ ପ୍ରକ୍ରିୟା ଜ୍ଝ ବୈଷୟିକ କମିଟି ଭାରତ ବାୟୋଟେକ ଦାଖଲ କରିଥିବା ଡାଟାର ମୂଲ୍ୟାଙ୍କନ କରାଯାଉଛି । ତେବେ ଖୁବ ଶୀଘ୍ର ଏହାକୁ ମାନ୍ୟତା ମିଳବ ବୋଲି ବୈଦେଶିକ ସଚିବ କହିଛନ୍ତି ।ଏହାପୂର୍ବରୁ ଅକ୍ଟୋବର ୫ରେ ଡଐଙ ଏବଂ ଏକ ସ୍ବତନ୍ତ୍ର ବିଶେଷଜ୍ଞ ଗୋଷ୍ଠୀ ଆସନ୍ତା ସପ୍ତାହରେ ବିପଦ ଓ ଲାଭ ଆକଳନ କରିବା ଏବଂ କୋଭାକ୍ସିନକୁ ଜରୁରୀକାଳୀନ ବ୍ୟବହାର ତାଲିକା ପ୍ରଦାନ କରାଯିବ କି ନାହିଁ ତାହା ଚୂଡ଼ାନ୍ତ ନିଷ୍ପତ୍ତି ନେବାକୁ ସ୍ଥିର ହୋଇଛି ବୋଲି ଅନ୍ତଃରାଷ୍ଟ୍ରୀୟ ଜନସ୍ବାସ୍ଥ୍ୟ ପାଇଁ ଜାତିସଂଘ ଏଜେନ୍ସି ସିରିଜ ଟ୍ବିଟ ଯୋଗେ ସୂଚନା ଦେଇଥିଲା । ଭରତ ବାୟୋଟେକ ବିଶ୍ବ ସ୍ବାସ୍ଥ୍ୟ ସଂଗଠନକୁ ତଥ୍ୟ ଦାଖଲ କରିଛି ଏବଂ ୨୭ ସେପ୍ଟେମ୍ବରରେ ଡବ୍ଲ୍ୟୁଏଚଓର ଅନୁରୋଧ କ୍ରମେ ଅତିରିକ୍ତ ସୂଚନା ଦାଖଲ କରାଯାଇଛି ବୋଲି ଟ୍ବିଟରେ ଉଲ୍ଲେଖ ରହିଥିଲା ।ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତ ସମୟରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କୋଭାକ୍ସିନକୁ ଖୁବ ଶୀଘ୍ର ଜରୁରୀକାଳୀନ ବ୍ୟବହାର ନେଇ ଅନୁମୋଦନ ଦେଇପାରେ ବୋଲି ସୂଚନା ଦେଇଥିଲେ କେନ୍ଦ୍ର ସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଡାକ୍ତର ଭାରତୀ ପ୍ରବୀଣ ପାୱାର ।