କେମିତି ନେବେ ଛୋଟ ପିଲାଙ୍କ ଆଖିର ଯତ୍ନ.....
କେମିତି ନେବେ ଛୋଟ ପିଲାଙ୍କ ଆଖିର ଯତ୍ନ.....
admin
Mar 2, 2021 - 10:16
Updated: Mar 2, 2021 - 10:16
ଆଜିକାଲି ପିଲାଙ୍କ ଆଖି ବହୁତ କମ ବୟସରେ ଖରାପ ହୋଇଯାଉଛି । ଏବଂ ସେମାନଙ୍କୁ ପିଲାଦିନରୁ ଚଷମା ପିନ୍ଧିବାକୁ ପଡୁଛି । ଅଧିକ ଟିଭି ଦେଖିବା, କମ୍ପୁ୍ୟଟରରେ ଅଧ୍ୟୟନ କରିବା, ମୋବାଇଲରେ ଖେଳିବା, ଟାବଲେଟରେ ପଢ଼ିବା ଯୋଗୁଁ ପିଲାମାନଙ୍କର ଆଖି ଦୁର୍ବଳ ହେବାରେ ଲାଗୁଛି । ଆପଣ ଶିଶୁଙ୍କ ଖାଦ୍ୟରେ କିଛି ଖାଦ୍ୟ ଯୋଗ କରି ଖାଇବାକୁ ଦେଲେ ଶିଶୁର ଦୃଷ୍ଟିଶକ୍ତି ବୃଦ୍ଧି କରିପାରିବେ । ତେବେ ଆସନ୍ତୁ ଜାଣିବା ସେହି ଖାଦ୍ୟ ବିଷୟରେ ।
ସବୁଜ ପନି ପରିବା
ଏଥିରେ କେରୋଟିନ, ଆଂଟିଅକ୍ସିଡାଂଟ ଗୁଣ ଏବଂ ଭିଟାମିନ ‘ଏ’ ମଧ୍ୟ ଅଧିକ ଥାଏ । ଯାହା ଆଖିକୁ ମୁକ୍ତ ରେଡିକାଲ ଠାରୁ ଦୂରେଇ ରଖେ । ବ୍ରୋକଲି , ବନ୍ଧାକୋବି ଆଦିକୁ ପିଲାଦିନରୁ ଖାଇବା ଅଭ୍ୟାସ କରିବା ଉଚିତ । ଏହାକୁ କଂଚା ଖାଇବା ଅଧିକ ଲାଭଦାୟକ ଅଟେ । ଟମାଟୋ ଏବଂ ମୂଳା ମୋତିଆବିନ୍ଦୁକୁ ରୋକି ଥାଏ । ଗାଜର ଏବଂ ମିଠା ଆଳୁରେ ବିଟା କାରୋଟିନ ଥାଏ ଯାହା କ୍ଷତିକାରକ ସୂର୍ଯ୍ୟକିରଣରୁ ରକ୍ଷା କରିଥାଏ । କ୍ୟାପ୍ସିକମ ମଧ୍ୟ ଏକ ଆଖି ଆଲୋକର ଉତ୍ସ ଅଟେ ।
ଡ୍ରାଏ ଫ୍ରୁଟ
ପିସ୍ତା, କାଜୁ, ବାଦାମ ଏବଂ ଆଲମଣ୍ଡରେ ଭିଟାମିନ ‘ଇ’ ବହୁତ ମାତ୍ରାରେ ଥାଏ । ଏହା ମାୟୋପିଆ ହେବାର ଆଶଙ୍କା କମ କରିଥାଏ । ଏଥିରେ ଓମେଗା-୩ ଫ୍ୟାଟି ଏସିଡ ମଧ୍ୟ ଥାଏ । ଫ୍ଲାକସିଡ ମଞ୍ଜି ଓ ଚିଆ ମଞ୍ଜି ଖାଇବା ଦ୍ୱାରା ଆଖି ସମସ୍ୟା କମିଯାଇଥାଏ ।
ସମାନ ପରିମାଣର ପାନମଧୁରି, ଆଲମଣ୍ଡ ଏବଂ କଳା ଲୁଣ ମିଶାଇ ଏକ ଗୁଣ୍ଡ ପ୍ରସୁତି କରି ଏକ ଜାରରେ ରଖନ୍ତୁ । ଗରମ କ୍ଷୀରରେ ଏହି ଗୁଣ୍ଡକୁ ୨ ଚାମୋଚ ମିଶାଇ ରାତିରେ ଶୋଇବା ପୂର୍ବରୁ ଖାଲି ପେଟରେ ପିଇଲେ ଏହା ଲାଭ ଦାୟକ ହୋଇଥାଏ ।