କେନ୍ଦ୍ରାପଡାରେ ଷ୍ଟିଲ ପ୍ଲାଂଟ କରିବ ମିତଲ

କେନ୍ଦ୍ରାପଡାରେ ଷ୍ଟିଲ ପ୍ଲାଂଟ କରିବ ମିତଲ

କେନ୍ଦ୍ରାପଡାରେ ଷ୍ଟିଲ ପ୍ଲାଂଟ କରିବ ମିତଲ
ଭୁବନେଶ୍ୱର: କେନ୍ଦ୍ରାପଡାରେ ଷ୍ଟିଲ ପ୍ଲାଂଟ ଆର୍ସେଲର ମିତଲ କରିବ । ୧୨ ନିୟୁତ ଟନ କ୍ଷମତାବିଶିଷ୍ଟ ଇସ୍ପାତ କାରଖାନା ମିତଲ କରିବ । ଓଡିଶାର ୫୦ ହଜାର କୋଟିର ପୁଞ୍ଜି ନିବେଶ ମିତଲ କରିବ । ଷ୍ଟିଲ ପ୍ଲାଂଟ ନେଇ ରାଜ୍ୟ ସରକାର -ଆର୍ସେଲର ମିତଲ ମଧ୍ୟରେ ଚୁକ୍ତି ସ୍ୱାକ୍ଷର ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ପଟ୍ଟନାୟକ ଓ ଏଲ.ଏନ୍ ମିତଲଙ୍କ ଉପସ୍ଥିତିରେ ଚୁକ୍ତି ସ୍ୱାକ୍ଷର ହୋଇଛି । ଅପରପକ୍ଷରେ ଆର୍ସେଲର ମିତରଲ ନିପନ ଷ୍ଟିଲ ସହ ରାଜ୍ୟ ସରକାର ବୁଝାମଣା ପତ୍ର ସ୍ୱାକ୍ଷରିତ କରିଛନ୍ତି । ଏହି ପ୍ରକଳ୍ପରେ ୫୦ ହଜାର କୋଟି ଟଙ୍କା ନିବେଶର ଲକ୍ଷ୍ୟ ରହିଛି । ୧୨ ନିୟୂତ ଟନ ବିଶିଷ୍ଟ ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ହଜାର ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ । ଲୋକସେବା ଭବନରେ ଏହି ଏମଓୟୂ ସ୍ୱାକ୍ଷରିତ ହୋଇଥିବାବେଳେ ଉଭୟ ନବୀନ ଓ ମିତଲ ଉପସ୍ଥିତ ଥିଲେ ।