କେନ୍ଦ୍ରାପଡ଼ା ଜିଲ୍ଲାରେ ଲାଗୁ ହେବ ଏନଆରସି !

କେନ୍ଦ୍ରାପଡ଼ା ଜିଲ୍ଲାରେ ଲାଗୁ ହେବ ଏନଆରସି !

କେନ୍ଦ୍ରାପଡ଼ା ଜିଲ୍ଲାରେ ଲାଗୁ ହେବ ଏନଆରସି  !
କେନ୍ଦ୍ରପଡ଼ା: ରାଜ୍ୟର କେନ୍ଦ୍ରାପଡ଼ା ଜିଲ୍ଲାରେ ହୋଇପାରେ ଜାତୀୟ ନାଗରିକ ପଞ୍ଜିକା(ଏନଆରସି )। ଏନେଇ ପଦକ୍ଷେପ ନେବାକୁ ରେଜିଷ୍ଟ୍ରାର ଜେନେରାଲ୍‌ ଅଫ୍ ଇଣ୍ଡିଆକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ଚିଠି ଲେଖିଛି। ହାଇକୋର୍ଟ ପକ୍ଷରୁ ନିଯୁକ୍ତ ଆମିକସକ୍ୟୁରିଙ୍କ ରିପୋର୍ଟ ଉପରେ ଏହି ଚିଠି ଲେଖାଯାଇଛି। ଗତବର୍ଷ ନଭେମ୍ବରରେ କେନ୍ଦ୍ରାପଡ଼ା ଜିଲ୍ଲାରେ ଏନଆରସି ଲାଗୁ ପାଇଁ ଆମିକସକ୍ୟୁରି ମୋହିତ ଅଗ୍ରୱାଲ ହାଇକୋର୍ଟଙ୍କୁ ରିପୋର୍ଟ ଦେଇଥିଲେ। ଆମିକସକ୍ୟୁରିଙ୍କ ରିପୋର୍ଟ ଉପରେ ପଦକ୍ଷେପ ନେବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କହିଥିଲେ ହାଇକୋର୍ଟ। ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ପାଇଁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ। ମୋହିତଙ୍କ ପରାମର୍ଶ ଅନୁଯାୟୀ କମିଟି ଏନେଇ ତ୍ୱରିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ। ଏବେ କୋର୍ଟଙ୍କ ନିର୍ଦ୍ଦେଶ RGIକୁ ଜଣାଇ ପଦକ୍ଷେପ ନେବାକୁ କହିଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ।