କେନ୍ଦ୍ର ସରକାରଙ୍କ ନୂଆ ଟିକା ଗାଇଡଲାଇନ ଜାରି, ଜାଣନ୍ତୁ କଣ ନୂଆ ଅଛି

କେନ୍ଦ୍ର ସରକାରଙ୍କ ନୂଆ ଟିକା ଗାଇଡଲାଇନ ଜାରି, ଜାଣନ୍ତୁ କଣ ନୂଆ ଅଛି

କେନ୍ଦ୍ର ସରକାରଙ୍କ ନୂଆ ଟିକା ଗାଇଡଲାଇନ ଜାରି, ଜାଣନ୍ତୁ କଣ ନୂଆ ଅଛି
ନୂଆଦିଲ୍ଲୀ: ସମସ୍ତଙ୍କୁ ମାଗଣା ଟିକା ଘୋଷଣା ପରେ କେନ୍ଦ୍ରର ନୂଆ ଗାଇଡଲାଇନ ପ୍ରକାଶ ପାଇଛି । ୧୮ ବର୍ଷରୁ ଉଦ୍ଧ୍ୱର୍ କାହାକୁ ଅଗ୍ରାଧିକାର ଭିତିରେ, ନିର୍ଣ୍ଣୟ କରିବ ରାଜ୍ୟ ସରକାର । ରାଜ୍ୟର ଲୋକସଂଖ୍ୟା, ରୋଗୀ ଅନୁପାତ, ଟିକାକରଣ ଦେଖି ଟିକା ବଂଟନ କରାଯିବ । ଯାହାର ବେଶି ଟିକା ଅପଚୟ ଥିବ, ଟିକା ଯୋଗାଣ ହ୍ରାସ କରାଯିବ । ରାଜ୍ୟମାନଙ୍କୁ କେନ୍ଦ୍ର କେଉଁଦିନ କେତେ ଟିକା ଦେବ ଆଗୁଆ ଜଣାଇବ ବୋଲି କୁହାଯାଇଛି । ରାଜ୍ୟମାନେ ମଧ୍ୟ ନିଜ ନିଜ ଜିଲ୍ଲାମାନଙ୍କୁ ଆଗୁଆ ଜଣାଇ ଦେବେ । ଟକିା ଉପôାଦକମାନେ ଘରୋଇ ହସ୍ପିଟାଲକୁ ସିଧା ଟିକା ଦେଇପାରିବେ । ମାସିକ ଉପôାଦନର ସର୍ବାଧିକ ୨୫% ପର୍ଯ୍ୟନ୍ତ ଟିକା ହସ୍ପିଟାଲକୁ ଦେବେ । ଟିକା କମ୍ପାନୀ ଧାର୍ଯ୍ୟ ଦର ସହ ୧୫୦ ଟଙ୍କା ସର୍ଭିସ ଚାର୍ଜ ହସ୍ପିଟାଲ ନେବେ । କାହାର କେତେ ଆୟ ନଦେଖି ସମସ୍ତଙ୍କୁ ମାଗଣା ଟିକା ଦିଆଯିବ । ଆର୍ଥିକ ସ୍ୱଚ୍ଛବର୍ଗଙ୍କୁ ଘରୋଇ ହସ୍ପିଟାଲରେ ଟିକା ନେବାକୁ ପ୍ରବର୍ତାଯିବ । ପ୍ରି-ବୁକିଂ ପାଇଁ କମନ ସର୍ଭିସ ସେଂଟର ଓ କଲ୍ ସେଂଟରକୁ ଲଗାଯିବ । ନୂଆ ଗାଇଡଲାଇନ ଜୁନ ୨୧ରୁ ଲାଗୁ ହେବ ବୋଲି କେନ୍ଦ୍ର ସରକାର କହିଛନ୍ତି ।