ଆନ୍ଧ୍ରପ୍ରଦେଶରେ ଆସନ୍ତା ୨୦ ତାରିଖ ଯାଏ କୋଭିଡ ରାତି୍ରକାଳୀନ କର୍ଫୁ୍ୟ

ଆନ୍ଧ୍ରପ୍ରଦେଶରେ ଆସନ୍ତା ୨୦ ତାରିଖ ଯାଏ କୋଭିଡ ରାତି୍ରକାଳୀନ କର୍ଫୁ୍ୟ

ଆନ୍ଧ୍ରପ୍ରଦେଶରେ ଆସନ୍ତା ୨୦ ତାରିଖ ଯାଏ କୋଭିଡ ରାତି୍ରକାଳୀନ କର୍ଫୁ୍ୟ
ହାଇଦ୍ରାବାଦ: କିଛି ରାଜ୍ୟରେ ପର୍ଯ୍ୟାୟ କ୍ରମେ ଲକଡାଉନ କଟକଣା କୋହଳ କରାଯାଇଛି । ତେବେ ଅନେକ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ଉଲ୍ଲେଖନୀୟ ଭାବେ ନିୟନ୍ତ୍ରିତ ହୋଇନଥିବାରୁ ସେଠାରେ କୋଭିଡ କଟକଣା ଗୁଡ଼ିକରେ ସାମାନ୍ୟ କୋହଳ ପ୍ରଦର୍ଶନ ପୂର୍ବକ ଆଗପରି ବଳବତ୍ତର ରଖାଯାଇଛି । ଆନ୍ଧ୍ରପ୍ରଦେଶରେ ଆସନ୍ତା ୨୦ ତାରିଖ ଯାଏ କୋଭିଡ ରାତି୍ରକାଳୀନ କର୍ଫୁ୍ୟ ସମ୍ପ୍ରସାରିତ କରାଯାଇଛି । ଅପରପକ୍ଷେ, ସେଠାରେ ସାଧାରଣ ଚଳପ୍ରଚଳକୁ ସକାଳ ୬ଟାରୁ ଅପରାହ୍ନ ୨ଟା ଯାଏ ବୃଦ୍ଧି କରାଯାଇଛି । ପୂର୍ବରୁ ତାହା ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ଯାଏ ରହିଥିଲା ସେହିପରି ପଞ୍ଜାବ ଓ ଉତ୍ତରାଖଣ୍ଡରେ ଆସନ୍ତା ୧୫ ତାରିଖ ଯାଏ ଲକଡାଉନ କଟକଣାଗୁଡ଼ିକୁ ବଳବତ୍ତର ରହିବ ବୋଲି ଜଣାପଡ଼ିଛି । ତେବେ ପଞ୍ଜାବରେ କଟକଣାକୁ ସାମାନ୍ୟ କୋହଳ କରି ଦୋକାନ ବଜାର ଗୁଡ଼ିକ ସନ୍ଧ୍ୟା ୬ଟା ଯାଏଁ ଖୋଲା ରଖିବାକୁ ଅନୁମତି ଦିଆଯାଇଛି ।