କେଉଁ ଫିଲ୍ମରେ ଏକାଠି ଆସିବେ ଭିକି-କ୍ୟାଟ୍ରିନା
କେଉଁ ଫିଲ୍ମରେ ଏକାଠି ଆସିବେ ଭିକି-କ୍ୟାଟ୍ରିନା

ନିକଟରେ ଜୀବନ ସାଥୀ ସାଜିଥିବା ଦୁଇ ବଲିଉଡ଼ ସୁପରଷ୍ଟାର ଭିକ୍କି କୌଶଲ ଓ କ୍ୟାଟ୍ରିନା କୈଫ ନିଜ ନିଜ ଫଲ୍ମରେ ବ୍ୟସ୍ଥ ଅଛନ୍ତି । ଏହି ସମୟରେ ଖବର ଆସିଛି କି ଏକ ଫିଲ୍ମ ଜରିଆରେ ଏକାଠି ଆସିବେ ଭିକ୍କି ଓ କ୍ୟାଟ ଯୋଡ଼ି । ଖୁବଶୀଘ୍ର ପରଦାରେ ଏକାଠି ନଜର ଆସିବେ ଏହି ନୂତନ ବିବାହିତ କପଲ। ଖବର ଆସୁଛି ଯେ ଫରହାନ ଅଖତରଙ୍କ ନିଦେ୍ର୍ଧଶିତ ଆଗାମୀ ଫିଲ୍ମ ‘ଜି ଲେ ଜରା’ ପାଇଁ ନିର୍ମାତା ଭିକ୍କି କୌଶଲ ଓ କ୍ୟାଟ୍ରିନା କୈଫଙ୍କ ସହ କଥା ହୋଇଛନ୍ତି ।
ମିଳିଥିବା ସୂଚନା ମୁତାବକ, ଏହି ଫିଲ୍ମରେ ନିର୍ଦ୍ଦେଶନା ଦେଉଥିବା ଫରହାନ ଅଖତର ମଧ୍ୟ ଲିଡ଼ ରୋଲରେ ନଜର ଆସିବେ। ତେବେ ଫିଲ୍ମରେ ଭିକ୍କିଙ୍କ ଅପୋଜିଟରେ କ୍ୟାଟ୍ରିନାଙ୍କୁ ହିରୋଇନ ନେବାକୁ ମେକର୍ସ କଥା ବାର୍ତ୍ତା ହେଉଛନ୍ତି। ଯଦି ସମସ୍ତେ ରାଜି ହୁଅନ୍ତି ତେବେ ଏହା ଭିକ୍କି ଓ କ୍ୟାଟ୍ରିନାଙ୍କ ଏକାଠି ଅଭିନୀତ ପ୍ରଥମ ଫିଲ୍ମ ହେବ। ଫିଲ୍ମରେ ଅଭିନୟ ପାଇଁ ଭିକ୍କି ରାଜି ହେଲେ ଆଉ କେବଳ ଜଣେ ଲିଡ୍ ହିରୋଙ୍କୁ ହିଁ ଖୋଜିବା ବାକି ରହିବ। ତା ପରେ ଫିଲ୍ମର କାଷ୍ଟିଂ ଶେଷ ହେବ।
ପ୍ରକାଶ ଯେ ଯଦି ଏହି ଫିଲ୍ମ ତିଆରି ହୁଏ ତେବେ ଆଲିଆ ଭଟ୍ଟ, କ୍ୟାଟ୍ରିନା କୈଫ ଓ ପ୍ରିୟଙ୍କା ଚୋପ୍ରା ପ୍ରଥମ ଥର ପାଇଁ ଏକାଠି ବଡ଼ ପରଦାରେ ନଜର ଆସିବେ। ଫିଲ୍ମର କାହାଣୀ ବିଷୟରେ ମିଳିଥିବା ସୂଚନା ଅନୁସାରେ ଏହା ଏକ ରୋଡ଼ ଟ୍ରିପର ଫିଲ୍ମ। ଏଥିରେ ଲିଡ଼ରେ ମହିଳା କଳାକାର ରହିବେ।