କିଡନୀକୁ ସୁସ୍ଥ ରଖିବା ପାଇଁ ଏପରି କରନ୍ତୁ

କିଡନୀକୁ ସୁସ୍ଥ ରଖିବା ପାଇଁ ଏପରି କରନ୍ତୁ

କିଡନୀକୁ ସୁସ୍ଥ ରଖିବା ପାଇଁ ଏପରି କରନ୍ତୁ

ଭୁବନେଶ୍ୱର: କିଡନୀ ଶରୀର ପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଅଂଗ  । ଯଦି ଏହା ଖରାପ ହୋଇଯାଏ, ଶରୀର ଉପରେ ବଡ କୁପ୍ରଭାବ ପକାଇଥାଏ  । ଏହାଦ୍ୱାରା ଶରୀରରେ ବିଭିନ୍ନ ରୋଗ ହୋଇଥାଏ  । କିଡନୀର ପ୍ରଧାନ କାମ ହେଲା ରକ୍ତରୁ ପାଣି ଓ ସୋଡିୟମକୁ ଅଲଗା କରିବା  । ଏହା ସହ ପରିଶ୍ରା ଉତ୍ପାଦନ କରିବା  ।

ଏଥିସହିତ କିଡନୀ ଏନଜାଇମ ରେନିନ ପ୍ରସ୍ତୁତି କରିଥାଏ, ଯାହା ରକ୍ତ ଚାପକୁ କଣ୍ଟ୍ରୋଲ କରିବାରେ ମୁଖ୍ୟ ଭୂମିକା ନିର୍ବାହ କରିଥାଏ  । ଭୁଲ ଖାଦ୍ୟ ପାନୀୟ ଯୋଗୁ କିଡନୀରେ ପଥର ସୃଷ୍ଟି ହୋଇଥାଏ  । ଯାହା ପରିଶ୍ରା କରିବାରେ ଅସୁବିଧା କରିଥାଏ  । ତେଣୁ କିଡନୀକୁ ସୁସ୍ଥ ରଖିବା ବହୁତ ଜରୁରୀ ହୋଇଥାଏ  । ଆସନ୍ତୁ ଜାଣିବା କିଡନୀକୁ ସୁସ୍ଥ ରଖିବା ପାଇଁ ଆବଶ୍ୟକୀୟ ଟିପ୍ସ ସମ୍ପର୍କରେ  ।

ଦରଜ ନିବାରକ ଔଷଧ ସେବନ କରନ୍ତୁ ନାହିଁ
ଔଷଧର ଅତ୍ୟଧିକ ସେବନ କିଡନୀ ଉପରେ ଖରାପ ପ୍ରଭାବ ପକାଇଥାଏ  । ଆପଣ ଅଧିକାଂଶ ସମୟରେ ଦେଖିଥିବେ, ସାମାନ୍ୟ ମୁଣ୍ଡ ବିନ୍ଧା ଓ ଅସୁସ୍ଥ ଲାଗିଲେ ଲୋକେ ମେଡିସିନ ସେବନ କରିଥାନ୍ତି  । ଏମିତି କେବେ ବି କରନ୍ତୁ ନାହିଁ  । ଅଧିକ ଆବଶ୍ୟକ ନହେଲେ ମେଡିସିନ ଖାଆନ୍ତୁ ନାହିଁ  । ତେଣୁ ମୁଣ୍ଡ ବିନ୍ଧା ଦୂର କରିବା ପାଇଁ ଘରେଇ ଉପଚାର ଆପଣାନ୍ତୁ  ।

ବ୍ୟାୟାମ କରନ୍ତୁ
ସୁସ୍ଥ ରହିବା ପାଇଁ ସବୁଦିନ ବ୍ୟାୟାମ କରନ୍ତୁ  । ଏଥିସହିତ ସନ୍ତୁଳିତ ଖାଦ୍ୟ ଖାଇବା ଜରୁରୀ ହୋଇଥାଏ  । କିଡନୀକୁ ସୁସ୍ଥ ରଖିବା ପାଇଁ ସବୁଦିନ ବ୍ୟାୟାମ କରିବା ଜରୁରୀ  । ଏହାଦ୍ୱାରା ଉଚ୍ଚ ରକ୍ତଚାପ କଣ୍ଟ୍ରୋଲ ରହିଥାଏ ଓ ଠିକ ମେଟାବୋଲିଜିମ ମଧ୍ୟ ହୋଇଥାଏ  ।

ପାଣି ଖୁବ ପିଅନ୍ତୁ
ଯଦି ଆପଣ କିଡନୀକୁ ସୁସ୍ଥ ରଖିବା ପାଇଁ ଚାହୁଁଛନ୍ତି, ପ୍ରତିଦିନ ପ୍ରଚୁର ମାତ୍ରାରେ ପାଣି ପିଅନ୍ତୁ  । ଏହାଦ୍ୱାରା ଶରୀରରେ ଟକ୍ସିନ ବାହାରି ଯାଇଥାଏ  । ସେହିପରି କିଡନୀ ପାଇଁ ଶରୀର ହାଇଡ୍ରେଟ ରହିବା ଲାଭକାରୀ ହୋଇଥାଏ  । ତେଣୁ ପ୍ରତିଦିନ ୩ ଲିଟର ପାଣି ପିଇବା ଉଚିତ୍‌ ।

ଉଚ୍ଚ ରକ୍ତଚାପ ଓ ସୁଗାରକୁ ରଖନ୍ତୁ କଣ୍ଟ୍ରୋଲରେ
କିଡନୀକୁ ସୁସ୍ଥ ରଖିବା ପାଇଁ ଉଚ୍ଚ ରକ୍ତଚାପ ଓ ସୁଗାରକୁ କଣ୍‌ଟ୍ରୋଲରେ ରଖିବା ଜରୁରୀ  । ଉଚ୍ଚ ରକ୍ତଚାପକୁ କଣ୍ଟ୍ରୋଲରେ ରଖିବା ପାଇଁ ପୋଟାସିୟମ ପୂର୍ଣ୍ଣ ଖାଦ୍ୟ ଖାଆନ୍ତୁ । ସେହିପରି ବ୍ଲଡ ସୁଗାର କଣ୍ଟ୍ରୋଲ କରିବା ପାଇଁ ସନ୍ତୁଳିତ ଆହାର ମଧ୍ୟ ଜରୁରୀ ହୋଇଥାଏ  । ଚୀନି ଓ ଲୁଣକୁ ଅଳ୍ପ ମାତ୍ରାରେ ସେବନ କରନ୍ତୁ  ।