କିଏ ହେଲେ କେଉଁ ବିଶ୍ୱ ବିଦ୍ୟାଳୟର କୁଳପତି, ରାଜ୍ୟପାଳ ଦେଲେ ନିଯୁକ୍ତି

କିଏ ହେଲେ କେଉଁ ବିଶ୍ୱ ବିଦ୍ୟାଳୟର କୁଳପତି, ରାଜ୍ୟପାଳ ଦେଲେ ନିଯୁକ୍ତି

କିଏ ହେଲେ କେଉଁ ବିଶ୍ୱ ବିଦ୍ୟାଳୟର କୁଳପତି, ରାଜ୍ୟପାଳ ଦେଲେ ନିଯୁକ୍ତି
ଭୁବନେଶ୍ୱର : ରାଜ୍ୟର ୬ଟି ବିଶ୍ୱ ବିଦ୍ୟାଳୟ ପାଇଁ ଆଜି କୁଳପତି ନିଯୁକ୍ତ କରାଯାଇଛି । ରାଜ୍ୟପାଳଙ୍କ ମୋହର ସହିତ ଆସନ୍ତା ୪ ବର୍ଷ ପାଇଁ ଏହି ୬ ବିଶ୍ୱ ବିଦ୍ୟାଳୟ ପାଇଁ କୁଳପତି (ଭିସି) ଚୟନ କରାଯାଇଛି । ସେହିପରି ପତ୍ନୀ ବିୟୋଗ ସତ୍ତ୍ୱେ ବି ରାଜ୍ୟପାଳ ଡ. ଗଣେଶୀ ଲାଲ କୁଳପତି ନିଯୁକ୍ତି ପ୍ରକ୍ରିୟାରେ ଅଂଶ ଗ୍ରହଣ କରି ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି । ପତ୍ନୀ ବିୟୋଗ ସତ୍ତ୍ୱେ ରାଜ୍ୟପାଳ ଦିନ ତମାମ କାର୍ଯ୍ୟାଳୟରେ ବସି କୁଳପତି ଚୟନ କରିଥିଲେ । ନିମ୍ନଲିଖିତ ବ୍ୟକ୍ତିଙ୍କୁ କୁଳପତି ଭାବରେ ନିଯୁକ୍ତ କରାଯାଇଛି । ୧. ରମାଦେବୀ ବିଶ୍ୱବିଦ୍ୟାଳୟ : ଅପରାଜିତା ଚୌଧୁରୀ ୨. ଉକ୍ରଳ ବିଶ୍ୱବିଦ୍ୟାଳୟ : ସବିତା ଆଚାର୍ଯ୍ୟ ୩. ଫକୀର ମୋହନ ବିଶ୍ୱ ବିଦ୍ୟାଳୟ : ଦୀନବନ୍ଧୁ ସାହୁ ୪. ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ : ଏନ୍ ନାଗରାଜୁ ୫. ଉତ୍ତର ଓଡିଶା ବିଶ୍ୱ ବିଦ୍ୟାଳୟ : କିଶୋର ବାସା ୬. ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ : ପ୍ରଫୁଲ୍ଲ ମହାନ୍ତି