କାହିଁକି ରାଗିଲେ ପୁଟିନ୍, କହିଲେ ବର୍ବାଦ କରିଦେବି
କାହିଁକି ରାଗିଲେ ପୁଟିନ୍, କହିଲେ ବର୍ବାଦ କରିଦେବି

ମସ୍କୋ : ଋଷ ୟୁକ୍ରେନ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧକୁ ୩୪ ଦିନ ବିତିଥିଲେ ମଧ୍ୟ ପୁଟିନଙ୍କ ଉଦ୍ଦେଶ୍ୟ ପୂରଣ ହୋଇ ପାରିନି। ଏପଟେ ୟୁକ୍ରେନ୍ ପୂରା ଛିନ୍ଛତ୍ର ହୋଇଯାଇଛି। ଉଭୟ ଦେଶର ପ୍ରତିନିଧୀମାନେ ଗୋଟିଏ ପରେ ଗୋଟିଏ ବୈଠକ ପାଇଁ ଇଷ୍ଟନବୁଲରେ ପହଞ୍ଚିଛନ୍ତି । ଯୁଦ୍ଧ ଶେଷ କରିବା ପାଇଁ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ସାକ୍ଷାତ କରିବାକୁ ୟୁକ୍ରେନ ରାଷ୍ଟ୍ରପତି କହିଛନ୍ତି ।
ଅନ୍ୟପଟେ ଭ୍ଲାଦିମିର ପୁଟିନ୍ ଖୋଲାଖୋଲି କହିଛନ୍ତି ଯେ, ସର୍ତ୍ତ ଗ୍ରହଣ କରିବା ପରେ ହିଁ ସାକ୍ଷାତ ହୋଇପାରିବ । ଏହାରି ଭିତରେ ଜେଲେନସ୍କିଙ୍କ ଏକ ଲିଖିତ ନୋଟ ଯୋଗୁ ପୁଟିନ ରାଗରେ ନିଆଁବାଣ ହୋଇଛନ୍ତି । ସେହି ନୋଟର ଉତ୍ତରରେ, ପୁଟିନ୍ କହିଛନ୍ତି, କହିଦିଅ ମୁଁ ତାଙ୍କୁ ବର୍ବାଦ କରିଦେବି ।
ସୂଚନା ଅନୁସାରେ ୟୁକ୍ରେନ ରାଷ୍ଟ୍ରପତି ଭ୍ଲୋଦମିର ଜେଲେନସ୍କି ଋଷିଆର ରାଷ୍ଟ୍ରପତି ପୁଟିନଙ୍କୁ ଏକ ନୋଟ ଲେଖି ତାଙ୍କୁ କୌଣସି ସର୍ତ୍ତ ବିନା ଯୁଦ୍ଧ ଶେଷ କରିବାକୁ କହିଥିଲେ । ଜେଲେନସ୍କି ଚେଲ୍ସ ଫୁଟବଲ କ୍ଲବ ମାଲିକ ରୋମାନ ଅବ୍ରାମୋଭିଚଙ୍କ ଦ୍ୱାରା ଋଷିଆର ରାଷ୍ଟ୍ରପତି କାର୍ୟ୍ୟାଳୟକୁ ଏହି ଚିଠି ପଠାଇଥିଲେ । ପୁଟିନ ଏହି ନୋଟ ପଢିବା ପରେ ରାଗି ଯାଇ ଅବ୍ରାମୋଭିଚଙ୍କୁ କହିଥିଲେ, ମୁଁ ତାଙ୍କୁ ସଂପୂର୍ଣ୍ଣ ରୂପେ ବର୍ବାଦ କରିଦେବି । ଏହା ସହିତ ସେ, ଆହୁରି ମଧ୍ୟ କହିଥିଲେ ଯେ, ଜେଲେନସ୍କି ଆମର ସମସ୍ତ ସର୍ତ୍ତ ଗ୍ରହଣ କରୁନ୍ତୁ, ନଚେତ୍ ଫଳାଫଳ ଖରାପ ହେବ ।