କାହିଁକି ମହିଳାମାନଙ୍କୁ ହୁଏ ୟୁରିନ୍ ଇନପେକ୍ସନ
କାହିଁକି ମହିଳାମାନଙ୍କୁ ହୁଏ ୟୁରିନ୍ ଇନପେକ୍ସନ
ଭୁବନେଶ୍ୱର: ୟୁରିନ କିମ୍ବା ପରିଶ୍ରା କୌଣସି ବ୍ୟକ୍ତିର ସ୍ୱାସ୍ଥ୍ୟବସ୍ଥା ବାବଦରେ ସୂଚନା ଦେଇଥାଏ । କିଛି କିଛି ମେଡିକାଲ କଣ୍ଡିସନରେ ଡାକ୍ତର ମାନେ ୟୁରିନ ଟେଷ୍ଟ କରିବାକୁ ପରାମର୍ଶ ଦେଇଥାନ୍ତି । ୟୁରିନର ରଙ୍ଗ, ତାର ଗାଢ଼ ପଣ ତଥା ଫ୍ରୀକ୍ୟୁନ୍ସି ଓ ଫେଣରୁ ସ୍ୱାସ୍ଥ୍ୟ ବାବଦରେ ସୂଚନା ମିଳିଥାଏ । ନିକଟରେ ଡାକ୍ତରମାନେ କହିଛନ୍ତିକି ଯେଉଁ ମହିଳାମାନେ ଭୁଲ ତରିକାରେ ପରିଶ୍ରା କରିଥାନ୍ତି ସେମାନଙ୍କୁ ଭବିଷ୍ୟତରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ପ୍ରତ୍ୟକ ମହିଳାମାନେ ପରିଶ୍ରା ଯିବା ସମୟରେ କିଛି ନିୟମ ପାଳନ କରିବା ଉଚିତ । ଯାହା ଦ୍ୱାରା ଆଗକୁ ଯାଇ କୌଣସି ଅସୁବିଧାର ସମ୍ମୁଖିନ ପଡିବ ନାହିଁ । ଶରୀର ସୁସ୍ଥ ରହିବ । ରୋଗ ଆଦି ହେବ ନାହିଁ । ଆମେରିକାସ୍ଥିତ ମହିଳା ପେଲବିକ ଡ଼ିସଫଙ୍କସନ ଏକ୍ସପର୍ଟ ତଥା ଗୁପ୍ତାଙ୍ଗ ବିଶେଷଜ୍ଞ ଡ଼ଃ ଟେରେସା ଈରବୀନଙ୍କ କହିବା ଅନୁଯାୟୀ ବ୍ଲେଡରର ସୁସ୍ଥତା ସହିତ ଅନ୍ୟାନ ସମସ୍ୟାରୁ ମୁକ୍ତି ପାଇବା ପାଇଁ ନିଁମୋକ୍ତ ଦିଗ ପ୍ରତି ଧ୍ୟାନ ଦେବା ଉଚିତ ।
୧. ଭଲ ଜିନିଷ ଖାଆନ୍ତୁ:
ଡାକ୍ତରଙ୍କ କହିବା ଅନୁଯାୟୀ ମୂତ୍ରାଶୟର ପୋଡାଜଳାରୁ ରକ୍ଷା ପାଇବା ପାଇଁ ଏମିତି ଖାଦ୍ୟ ଖାଆନ୍ତୁ ଯାହାଦ୍ୱାରା ପୋଡାଜଳା ହେବ ନାହିଁ । କଫି, କାର୍ବୋହାଇଡ୍ରେଟ ଡ୍ରିଙ୍କ, ଆର୍ଟିଫିସିଆଲ ସ୍ଵିଟନର, ମଦ ଆଦି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଆଦୌ ବି ଠିକ ନୁହେଁ । ଏହା ଦ୍ୱାରା ଜ୍ଵଳାପୋଡ଼ା ବି ହୋଇପାରେ । ଏହି ଖାଦ୍ୟ ଗୁଡିକୁ ବାଲାନ୍ସ କରି ଖାଆନ୍ତୁ । ଆଉ ଏହା ସହ ପ୍ରଚୁର ପାଣି ପିଅନ୍ତୁ ।
୨. ପରିଶ୍ରା ରୋକନ୍ତୁ ନାହିଁ:
ଜଣେ ମହିଳା ସାଧାରଣତଃ ଦିନକୁ ଚାରି ରୁ ସାତ ଥର ପରିଶ୍ରା କରିବାକୁ ଯାଇଥାନ୍ତି । ଯଦି ଜଣଙ୍କୁ ପରିଶ୍ରା ଲାଗୁଥାଏ କିନ୍ତୁ ସେ ଜୋର ଜବରଦସ୍ତ ରୋକିଦିଅନ୍ତି । ଯଦି ଏହି ସ୍ଥିତି ଦୀର୍ଘ ଦିନ ପର୍ଯ୍ୟନ୍ତ ଲାଗି ରୁହେ ତେବେ ଆପଣଙ୍କ ମସ୍ତିସ୍କ ବି ସିଗ୍ନାଲ ଦେବା ବନ୍ଦ କରିଦେବ ।
୩. ସଠିକ ସ୍ଥିତି ଓ ସମୟ:
ଡଃ ଈରବିନଙ୍କ କହିବା ଅନୁଯାୟୀ ପରିଶ୍ରା କରିବା ସମୟରେ ତରବର ହୁଅନ୍ତୁ ନାହିଁ । ସଠିକ ସ୍ଥିତିରେ ବସାନ୍ତୁ । ପୁରା 1 ମିନିଟ ଯାଏଁ ସମୟ ଦିଅନ୍ତୁ । ଅନେକ ମହିଳା କଣ କରନ୍ତିନା ପରିଶ୍ରା ଥଳି ଖାଲି କରିବାକୁ ଜମା ବି ସମୟ ନିଅନ୍ତି ନାହିଁ । ଏମିତି କରିବା ଦ୍ୱାରା ବ୍ଲେଡର ଭିତରେ ଭର୍ତି ହୋଇଥିବା ୟୁରିନ ଜୋରରେ ପ୍ରେସର କାରଣରୁ ଆଖପାଖର ମସଲସ ଉପରେ ପ୍ରେସର ପକେଇବ ।
୪. ଛିଙ୍କିବା ସମୟରେ କଣ୍ଟ୍ରାକ୍ଟ କରନ୍ତୁ:
ଛିଙ୍କିବା ସମୟରେ ପେଲବିକ ମସଲ କଣ୍ଟ୍ରାକସନ ହୋଇଥାଏ । ଯାହା ଫଳରେ ପେଲବିକ ଫ୍ଲୋର ମସଲସ ମଜବୁତ ହୋଇଥାଏ । ଛିଙ୍କ ଆସିବା କ୍ଷଣି ପେଲବିକ ମସଲକୁ ଟାଇଟ କରନ୍ତୁ ।
୫. ପେଲବିକ ମସଲର ଏକ୍ସରସାଇଜ:
ସେକରମ ଓ କୋକ୍ସିନ ପେଲବିକ ମସଲ ଗୁଡିକୁ ସୁରକ୍ଷା ଦେଇଥାଏ । ଯାହାକି ଅନ୍ତରୀଣ ପ୍ରଜନନ ଅଙ୍ଗ, ମୂତ୍ରାଶୟ ତଥା ପାଚନ ତନ୍ତ୍ରର ତଳ ଅଂଶକୁ ସୁରକ୍ଷା ଦେଇଥାଏ । ଏନେଇ ୱେଟ ଟ୍ରେନିଙ୍ଗ ତଥା ପେଲଵିକ ଏକ୍ସରସାଇଜ କରିଥାଏ ।