କାଶିପୁରରେ ଝାଡ଼ାବାନ୍ତି , ୬ ମୃତ

କାଶିପୁରରେ ଝାଡ଼ାବାନ୍ତି , ୬ ମୃତ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକରେ ଝାଡ଼ାବାନ୍ତିରେ ମୃତକଙ୍କ ସଂଖ୍ୟା ୬କୁ ବୃଦ୍ଧି ପାଇଛି। ରାୟଗଡ଼ା ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଶଙ୍କରଡ଼ା ଗୋବରୀଘାଟିର ଆଉ ଜଣେ  ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।  ଗତକାଲି ରାତିରେ ରୋଗୀ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି।

ଗତକାଲି ସନ୍ଧ୍ୟା ସୁଦ୍ଧା ଝାଡ଼ାବାନ୍ତିରେ ୫ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିଲା। ସେହିପରି  ଅସୁସ୍ଥ ଥିବା ୧୬ ଜଣ ଆକ୍ରାନ୍ତଙ୍କୁ ଟିକିରି, କାଶିପୁର ଓ ରାୟଗଡ଼ା ମେଡିକାଲରେ ଭର୍ତ୍ତି କରାଯାଇଛି।  ଗାଁରେ ମେଡିକାଲ୍ ଟିମ୍ ପହଞ୍ଚି ଲୋକମାନଙ୍କର ଚିକିତ୍ସା କରୁଛନ୍ତି।
ଗତକାଲି ରାୟଗଡ଼ା ଉପଜିଲ୍ଲାପାଳ, ବିଡିଓ, ତହସିଲଦାର ଓ ଅନ୍ୟ ପ୍ରଶାସନିକ ଅଧିକାରୀ  ଗାଁ ଗାଁ ବୁଲି ସମୀକ୍ଷା କରିଥିଲେ। କେଉଁ କାରଣ ପାଇଁ ଗାଁରେ ଝାଡ଼ାବାନ୍ତି ବ୍ୟାପିଛି, କିପରି ତାର ନିରାକରଣ କରାଯାଇପାରିବ ସେ ନେଇ ସମୀକ୍ଷା କରିଥିଲେ। ସେହିପରି ମେଡିକାଲ ଟିମ୍ ପାଣିର ନମୂନା ସଂଗ୍ରହ କରି ଭୁବନେଶ୍ୱର ପଠାଇଛନ୍ତି।