କଟକ କାଳୀପୂଜା ଭସାଣିରେ କଡ଼ା ବ୍ୟବସ୍ଥା ନେଇ ବସିଲା ବୌଠକ
କଟକରେ ଆୟୋଜିତ ହେବାକୁ ଯାଉଛି କାଳୀପୂଜା ଓ କାଳୀ ଭସାଣି. ଦୁର୍ଗାପୂଜା ଢଙ୍ଗରେ କାଳୀ ପୂଜା ଓ ଭସାଣି ହୋଇ ଆସୁ ଥିବାରୁ ଏହାକୁ ନେଇ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଓ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଉଛି. ଏହି କ୍ରମରେ ଭସାଣି ସମୟରେ କିଛି ମେଢ଼ର ରୁଟ ପରିବର୍ତନ ପାଇଁ ଚିନ୍ତା କରୁଛି ପ୍ରଶାସନ

କଟକରେ ଦୁର୍ଗାପୂଜା ଭସାଣି ଓ ଏହା ପରେ ହୋଇ ଥିବା ଗଣ୍ଡଗୋଳ ଯୋଗୁଁ ସୃଷ୍ଟି ହୋଇ ଥିବା ଅଶାନ୍ତି ଧୀରେ ଧୀରେ କରି ସୁଧୁରିବା ଆରମ୍ଭ କରିଛି. ଏବଂ ଏହାରି ଭିତରେ କଟକରେ ଆୟୋଜିତ ହେବାକୁ ଯାଉଛି କାଳୀପୂଜା ଓ କାଳୀ ଭସାଣି. ଦୁର୍ଗାପୂଜା ଢଙ୍ଗରେ କାଳୀ ପୂଜା ଓ ଭସାଣି ହୋଇ ଆସୁ ଥିବାରୁ ଏହାକୁ ନେଇ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଓ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଉଛି. ଏହି କ୍ରମରେ ଭସାଣି ସମୟରେ କିଛି ମେଢ଼ର ରୁଟ ପରିବର୍ତନ ପାଇଁ ଚିନ୍ତା କରୁଛି ପ୍ରଶାସନ. ଦଶହରା ଭସାଣି ସମୟ ଯେଉଁ ରୁଟରେ ଗଣ୍ଡଗୋଳ ଘଟିଥିଲା ସେହି ରୁଟ ଦେଇ ଯାଉ ଥିବା ମେଢ଼ଗୁଡିକର ରୁଟ ବଦଳାଯିବା ନେଇ ଏକ ପ୍ରସ୍ତାବ ଉପରେ ପ୍ରଶାସନ ଚିନ୍ତା କରୁଥିବା କହିଛନ୍ତି କଟକ ଜିଲ୍ଲାପାଳ. କଟକ ମହାନଗର ଶାନ୍ତି କମିଟି ପକ୍ଷରୁ ଆୟୋଜିତ କାଳୀ ପୂଜା ପ୍ରସ୍ତୁତି ବୈଠକ ଅବସରରେ କଟକ ଜିଲ୍ଲାପାଳ ଏହି ପ୍ରସ୍ତାବ ଦେଇଛନ୍ତି.




Jagannath Nayak 