କାଲିଠୁ ମାଲକାନଗିରିରେ ନାଇଟ୍ କର୍ଫୁ୍ୟ

କାଲିଠୁ ମାଲକାନଗିରିରେ ନାଇଟ୍ କର୍ଫୁ୍ୟ

କାଲିଠୁ ମାଲକାନଗିରିରେ ନାଇଟ୍ କର୍ଫୁ୍ୟ
ଭୁବନେଶ୍ୱର: ଓଡିଶାକୁ ରିଟର୍ଣ୍ଣ କଲା ନାଇଟ୍ କର୍ଫୁ୍ୟ । ଆସନ୍ତାକାଲି ଠାରୁ ମାଲକାନଗିରି ଜିଲ୍ଲାରେ ନାଇଟ୍ କର୍ଫୁ୍ୟ ଲାଗୁ ରହିଛି । ମାର୍ଚ୍ଚ ୨୩ରୁ ୩୧ ଯାଏଁ ଜିଲ୍ଲାରେ ନାଇଟ୍ କର୍ଫୁ୍ୟ ଲାଗୁ ପାଇଁ ଘୋଷଣା କରାଯାଇଛି । ରାତି ୯ଟାରୁ ସକାଳ ୬ଟା ଯାଏଁ ନାଇଟ୍ କର୍ଫୁ୍ୟ ଲାଗୁ ରହିବ । ବଡ ଯାତ୍ରାକୁ ଦୃଷ୍ଟିରେ ରଖି ପ୍ରଶାସନ ଏହି ପଦକ୍ଷେପ ନେଇଛନ୍ତି । ବଡଯାତ୍ରାରେ ସର୍ବାଧିକ ୨୦୦ ଲୋକଙ୍କୁ ଏକାଠି ହେବାକୁ ଅନୁମତି ଦିଆଯାଇଛି । ମାସ୍କ ବ୍ୟବହାର ଓ ସାମାଜିକ ଦୂରତା ପାଳନ କରିବା ବାଧ୍ୟତାମୂଳକ ରହିଛି । ଗତ କିଛିଦିନ ଧରି ଉଭୟ ଦେଶ ଓ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ପ୍ରଶାସନିକ କଳ ତପôର ହୋଇଉଠିଛି । କରୋନାର ଦ୍ୱିତୀୟ ଲହରୀକୁ ରୋକିବା ପାଇଁ ଏବେ ପୁଣି ଥରେ ପୂର୍ବ କଟକଣା ଫେରିବା ଆରମ୍ଭ କଲାଣି । ଗୋଟିଏ ପଟେ ପଂଚାୟତସ୍ତରର ପ୍ରତିନିଧିମାନଙ୍କ ସହ କରୋନା ମୁକାବିଲା ନେଇ ଆଲୋଚନା ଚାଲିଥିବାବେଳେ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ଥିତି ନେଇ ସମୀକ୍ଷା କରିବେ । ଆସନ୍ତାକାଲି ନବୀନ କେତେକ ସ୍ଥାନରେ ନାଇଟ କର୍ଫୁ୍ୟ ପାଇଁ ଘୋଷଣା କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।