କାଭାକ୍ସିନ୍କୁ ମିଳିଲାନି ହୁର ଅନୁମତି, ପୁଣି ଗଡ଼ିଲା ସମୟ
କାଭାକ୍ସିନ୍କୁ ମିଳିଲାନି ହୁର ଅନୁମତି, ପୁଣି ଗଡ଼ିଲା ସମୟ
ନୂଆଦିଲ୍ଲୀ: କୋଭାକ୍ସିନ୍ର ଭାଗ୍ୟ ପୁଣି ଝୁଲିଲା। ଭାରତର ସ୍ୱଦେଶୀ କରୋନା ଟିକା କୋଭାକ୍ସିନ୍କୁ ମିଳିଲାନି ଗ୍ରିନ୍ ସିଗ୍ନାଲ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପାଖରେ ଲଟକିଲା ଭାଗ୍ୟ। ଜରୁରୀକାଳୀନ ଅନୁମତି ପାଇଁ ଡଐଙ ର ଅନୁମତି ମିଳିଲା ନାହିଁ।
ଗତକାଲି ଏ ନେଇ ଡଐଙର ଟେକ୍ନିକାଲ୍ ଟିମର ବୈଠକ ବସିଥିଲା। ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ କୋଭାକସିନର ସମସ୍ତ ରିପୋର୍ଟକୁ ନେଇ ତଜର୍ମା କରିଥିଲା ଟେକ୍ନିକାଲ୍ ଟିମ। ଏହି ଅବସରରେ ବରିଷ୍ଠ ବୈଜ୍ଞାନିକମାନେ ସମସ୍ତ ଦିଗକୁ ତଜର୍ମା କରିବା ପରେ ଭାରତ ବାୟୋଟେକକୁ ଅତିରିକ୍ତ ସ୍ପଷ୍ଟୀକରଣ ମାଗିଛନ୍ତି । ନଭେମ୍ବର ତିନି ତାରିଖରେ ଏନେଇ ପରବର୍ତ୍ତୀ ବୈଠକ ବସିବ। ଏଥିରେ କୋଭାକସିନକୁ ନେଇ ଆଲୋଚନା କରିବ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ।
ଏପ୍ରିଲ୍ ୧୯ ତାରିଖରେ କୋଭାକସିନର ଜରୁରିକାଳୀନ ଅନୁମତି ପାଇଁ ଡଐଙ ପାଖରେ ଆବେଦନ କରିଥିଲା ଭାରତ ବାୟୋଟେକ୍ । ଏହା ପୂର୍ବରୁ ଡଐଙ ମୁଖପାତ୍ର ମାର୍ଗ୍ରେଟ୍ ହାରିସ୍ ମିଳିତ ଜାତିସଂଘର ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ, ‘ଯଦି ସବୁକିଛି ଠିକ ରୁହେ ଏବଂ ସବୁକିଛି ଠିକ ହୁଏ। ଯଦି କମିଟି ତଥ୍ୟରେ ସନ୍ତୁଷ୍ଟ, ତେବେ ୨୪ ଘଣ୍ଟା ମଧ୍ୟରେ ଏହି ଟିକାର ଜରୁରୀକାଳୀନ ବ୍ୟବହାରକୁ ମଞ୍ଜୁରୀ ମିଳିପାରିବ।
ସାରା ବିଶ୍ୱରେ କରୋନା ଭୂତାଣୁକୁ ମାତ୍ ଦେବା ପାଇଁ ଡଐଙ ବର୍ତ୍ତମାନଯାଏଁ ୭ଟି ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ମଞ୍ଜୁରୀ ଦେଇଛି। ଏଥିରେ ମଡେର୍ଣ୍ଣା, ଫାଇଜର, ଜନ୍ସନ ଆଣ୍ଡ ଜନ୍ସନ, ଆଷ୍ଟ୍ରାଜେନେକା, କୋଭିସିଲ୍ଟ, ସିନୋଫୋର୍ସ ଏବଂ ସିନୋବ୍ୟାକ୍ ଟିକା ସାମିଲ ଅଛି। ତେବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏଯାଏଁ ଭରତ ବାୟୋଟେକର କୋଭାକ୍ସିନ ବ୍ୟବହାରକୁ ଆନୁଷ୍ଠାନିକ ଅନୁମୋଦନ ଦେଇନାହିଁ।
ସୂଚନା ମୁତାବକ ଏବେ ସାରା ଦେଶରେ ବୟସ୍କ ଓ ଶାବାଳକଙ୍କୁ ଏହି ଭାରୟ ବାୟୋଟେକର କୋଭାକସିନ୍ ଟିକା ଦିଆଯାଉଛି । କରୋନାର ମୂଳ ଭ୍ୟାରିଆଣ୍ଟ ବିରୋଧରେ ଏହା ୭୭.୮ ପ୍ରତିଶତ ଓ ଡେଲ୍ଟା ଭ୍ୟାରିଆଣ୍ଟ ବିରୋଧରେ ୬୫.୩ ପ୍ରତିଶତ ପ୍ରଭାବଶାଳୀ ଅଟେ।




admin 