କାବୁଲ ଚାରିପଟେ ତାଲିବାନର ବର୍ବରତା

କାବୁଲ ଚାରିପଟେ ତାଲିବାନର ବର୍ବରତା

ତାଲିବାନର ଆତଙ୍କବାଦୀମାନେ  ଆଫଗାନିସ୍ଥାନର ରାଜଧାନୀ କାବୁଲର ଦକ୍ଷିଣରେ ଥିବା ଲୋଗାର ପ୍ରଦେଶକୁ ଦଖଲ କରିଛନ୍ତି । ଏହା ସହିତ ଆତଙ୍କବାଦୀମାନେ ଦେଶ ଶାସନକୁ ନିୟନ୍ତ୍ରଣ କରିବା ସହ ଆଉ ଏକ ଗୃହଯୁଦ୍ଧର ଆଶଙ୍କା ରହିଛି । ସେପଟେ ଆମେରିକାର ସୈନ୍ୟ ପ୍ରତ୍ୟାହାର ହେବାକୁ ମାତ୍ର ୩ସପ୍ତାହରୁ କମ ସମୟ ଥିବା ବେଳେ ତାଲିବାନ ଦେଶର ଉତ୍ତର, ପଶ୍ଚିମ ଓ ଦକ୍ଷିଣ ଭାଗର ଅଧିକାଂଶ ଅଞ୍ଚଳକୁ  ଦଖଲ କରିସାରିଲାଣି । କାବୁଲକୁ ଚାରିପଟୁ ଆତଙ୍କବାଦୀମାନେ ଘେରି ସାରିଲେଣି । ଏଥିପାଇଁ ଲୋକମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ଆକ୍ରମଣ ଭୟରେ ରାଜଧାନୀ ଛାଡିବା ପାଇଁ ବିମାନ ବନ୍ଦରରେ ପ୍ରବଳ ଭିଡ ଦେଇବାକୁ ମିଳିଛି । ଗତ ଶନିବାର ଦିନ ତାଲିବାନ ସମ୍ପୂର୍ଣ୍ଣ ଲୋଗାର ପ୍ରଦେଶକୁ ଦଖଲ କରିବା ସହ ପ୍ରାଦେଶିକ ଅଧିକାରୀଙ୍କୁ ଗିରଫ କରିଛି । ଏହା ଛଡା ପାକିସ୍ଥାନ ସୀମାକୁ ଲାଗିରହିଥିବା ପାକ୍ଟିକାର ରାଜଧାନୀ ଶାରାନାକୁ ମଧ୍ୟ କବ୍ଚା କରିଛନ୍ତି । ଶାନ୍ତିପୂର୍ଣ୍ଣ ଆଲୋଚନା ପାଇଁ ଇସ୍ଲାବା ଉପରେ ଚାପ ବଢୁଥିବା ବେଳେ କ୍ଷମତାର ବଣ୍ଟନ ଲାଗି ଆଫଗାନ ରାଷ୍ଟ୍ରପତି ଅଶ୍ରଫ ଗନିଙ୍କୁ ବାଦ୍ ଦେଇ ସରକାରଙ୍କ ସହ ଆଲୋଚନା କରିବା ପାଇଁ ପାକିସ୍ଥାନ ପ୍ରସ୍ତାବ ଦେଇଛି । ଆଫଗାନ ସରକାରଙ୍କ ସହ ଆଲୋଚନା ପାଇଁ ଆତଙ୍କବାଦୀ ସଂଗଠନ କଠୋର ସର୍ତ୍ତ ରଖିଛି । ସମସ୍ତ ତାଲିବାନ ବନ୍ଦୀଙ୍କୁ ମୁକ୍ତ କରିବା ଓ ଆତଙ୍କବାଦ ତାଲିକାରୁ ମୁକ୍ତି ଦେବା ଏବଂ ମିଳିତ ସରକାରରେ ସମସ୍ତ କ୍ଷମତା ତାଲିବାନକୁ ମିଳିବା ଆବଶ୍ୟକ ବୋଲି  ସୁନ୍ନି ଇସ୍ଲାମୀୟ ସଂଗଠନ କହିଛି ।