କହିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ-ଡରନି, ସତର୍କ ରୁହ

କହିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ-ଡରନି, ସତର୍କ ରୁହ

କହିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ-ଡରନି, ସତର୍କ ରୁହ

ଭୁବନେଶ୍ୱର: ଭୟ ବଢାଉଛି ଓମିକ୍ରନ  । ସାରା ବିଶ୍ବବାସୀଙ୍କ ମନରେ କୋରୋନାର ଏହି ନୂଆ ଭାରିଆଣ୍ଟ ଏବେ ପୁଣି ଭୟକୁ ଦ୍ବିଗୁଣିତ କରିଛି । ବିଶ୍ବର ଗୋଟିଏ ପରେ ଗୋଟିଏ ଦେଶରେ ଏବେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହାରି ମଧ୍ୟରେ  ଓମିକନକୁ ନେଇ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଅଭୟବାଣୀ ଦେଇଛନ୍ତି ।  ଭୟ ନକରି ସତର୍କ ରହିବାକୁ ସେ ରାଜ୍ୟବାସୀଙ୍କୁ କହିଛନ୍ତି । 

ସେ କହିଛନ୍ତି ଯେ, ଓମିକ୍ରନ ନେଇ ଆଲୋଚନା ଚାଲିଛି । ଏନେଇ ଭୟ କରିବାର କୌଣସି କାରଣ ନାହିଁ ।  କିଏ କେଉଁଠୁ ଆସୁଛି ତଥ୍ୟ ଦେବାକୁ କେନ୍ଦ୍ରକୁ ଅନୁରୋଧ କରୁଛୁ ।  ବିଶ୍ୱ ସ୍ଥା୍ୟ ସଂଗଠନ ସଠିକ ତଥ୍ୟ ଦେଉନି । ପରିସ୍ଥିତି ଉପରେ ଓଡ଼ିଶା ପୂରା ନଜର ରଖିଛି ।  ଭୟ ନକରି ସତର୍କ ରୁହନ୍ତୁ ବୋଲି ମନ୍ତ୍ରୀ ଶ୍ରୀ ଦାସ ଓଡ଼ିଶାବାସୀଙ୍କୁ ପରାମର୍ଶ ଦେଇଛନ୍ତି । 

ପ୍ରକାଶ ଯେ, ଓମିକ୍ରମ ଭିତରେ ଓଡ଼ିଶା ପାଇଁ ଏକ ଚିନ୍ତାଜନକ ଖବର ସାମନାକୁ ଆସିଛି ।  ତାହା ହେଲା ବିଦେଶୀରୁ ଓଡ଼ିଶାକୁ ଆସିଥିବା ଲୋକଙ୍କ ମଧ୍ୟରୁ ୪୦%ଙ୍କ ତଥ୍ୟ ମିଳୁନି । ରାଜ୍ୟକୁ ଓମିକ୍ରନ ଆକ୍ରାନ୍ତ ଦେଶରୁ ୮୦୦ରୁ ଉଦ୍ଧ୍ୱର୍ ପ୍ରବାସୀ ଆସିଛନ୍ତି ।  ତେବେ ରାଜ୍ୟରେ ଓମିକ୍ରମ ଆଶଙ୍କା ନେଇ ରାଜ୍ୟ ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ଏକ ବଡ଼ ସୂଚନା ଦିଆଯାଇଛି ।  ବିଦେଶରୁ ଓଡ଼ିଶା ଆସିଥିବା ଲୋକଙ୍କ ମଧ୍ୟରୁ ୪୦ ପ୍ରତିଶତ ଠାବ ହୋଇପାରିନାହାନ୍ତି ।  ‘ଏୟାର ସୁବିଧା’ ପୋର୍ଟାଲରେ କିଛି ଲୋକ ଭୁଲ ଠିକଣା ଦେଇଛନ୍ତି ।  ଭୁଲ ଫୋନ ନମ୍ବର ଓ ଠିକଣା ଯୋଗୁଁ ସେମାନଙ୍କୁ ଠାବ କରାଯାଇପାରୁ ନାହିଁ ।  କିଛି ବ୍ୟକ୍ତି ଅନ୍ୟ ରାଜ୍ୟର ମଧ୍ୟ ଠିକଣା ଦେଇଥିବା ରାଜ୍ୟ ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଅନ୍ୟପକ୍ଷରେ ଏଯାଏଁ ଠାବ କୌଣସି ବ୍ୟକ୍ତି ପଜିଟିଭ ଚିହ୍ନଟ ହୋଇନଥିବା ସୂଚନା ମିଳିଛି ।