କରୋନାରେ ଅଜବ ବିବାହ : ଅତିଥିଙ୍କ ଘରେ ଅନଲାଇନରେ ପହଞ୍ଚିଲା ଖାଦ୍ୟ

କରୋନାରେ ଅଜବ ବିବାହ : ଅତିଥିଙ୍କ ଘରେ ଅନଲାଇନରେ ପହଞ୍ଚିଲା ଖାଦ୍ୟ

କରୋନାରେ ଅଜବ ବିବାହ : ଅତିଥିଙ୍କ ଘରେ ଅନଲାଇନରେ ପହଞ୍ଚିଲା ଖାଦ୍ୟ
କରୋନା ସଂକଟ ଯୋଗୁଁ ବିବାହରେ ଭଳିକି ଭଳି ପରିବର୍ତ୍ତନ ଦେଖିବାକୁ ମିଳୁଛି । କିଏ ବିବାହର ଦୀର୍ଘ ବିଧିବିଧାନକୁ ଦିନକରେ ଶେଷ କରୁଛି ଆଉ କେଉଁଠି ଭିଡିଓ କଲ ଜରିଆରେ ବରକନ୍ୟା ଅତିଥିଙ୍କ ଠାରୁ ଆଶୀର୍ବାଦ ଗ୍ରହଣ କରୁଛନ୍ତି । ଏହି କ୍ରମରେ ତାମିଲନାଡୁର ଜଣେ ଦମ୍ପତିଙ୍କ ହଟକେ ବିବାହ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଦମ୍ପତି ନିଜ ବିବାହରେ ଅତିଥିଙ୍କ ପାଇଁ କେବଳ ୱେବକାଷ୍ଟର ଆୟୋଜନ କରିଛନ୍ତି ତାହା ନୁହେଁ, ବରଂ ଅତିଥିଙ୍କ ଘରେ ଖାଦ୍ୟ ପହଞ୍ଚାଇବାର ବନେ୍ଦାବସ୍ତ ମଧ୍ୟ କରିଛନ୍ତି । ନିକଟରେ ଜଣେ ଟ୍ୱିଟର ୟୁଜର ଦମ୍ପତିଙ୍କ ବିବାହ ନିମନ୍ତ୍ରଣ ପତ୍ର ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ସେମାନଙ୍କ କାର୍ଡରେ ବିବାହରେ ପ୍ରସ୍ତୁତ ହେଉଥିବା ବ୍ୟଞ୍ଜନ ବିଷୟରେ ମଧ୍ୟ ସବିଶେଷ ତଥ୍ୟ ଉଲ୍ଲେଖ କରିଛନ୍ତି । ବିବାହରେ ଆମନ୍ତ୍ରିତ ଅତିଥିଙ୍କ ଘରକୁ ୪ ରଙ୍ଗୀନ ଓ ସୁନ୍ଦର କପଡ଼ା ବାସକେଟ ପଠାଯାଇଛି । ସୋସିଆଲ ମିଡିଆରେ ଏହି ପୋଷ୍ଟ ଏବେ ଭାଇରାଲ ହେଉଛି । କରୋନା କାଳରେ ବିବାହର ଏହି ନୂଆ ତରିକାକୁ ଲୋକେ ଖୁୂବ ପ୍ରଶଂସା କରୁଛନ୍ତି ।