କରୋନା ସଂକ୍ରମଣ ; ଆଜି ଭୁବନେଶ୍ୱରରେ ୧୯୧ ଜଣ ଆକ୍ରାନ୍ତ ଚିହ୍ନଟ

କରୋନା ସଂକ୍ରମଣ ; ଆଜି ଭୁବନେଶ୍ୱରରେ ୧୯୧ ଜଣ ଆକ୍ରାନ୍ତ ଚିହ୍ନଟ

କରୋନା ସଂକ୍ରମଣ ; ଆଜି ଭୁବନେଶ୍ୱରରେ ୧୯୧ ଜଣ ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର: ଦେଶରେ ଚାଲିଛି କରୋନାର ସଂକ୍ରମଣର ଦ୍ୱିତୀୟ ଢେଉ । ଏହି ଦ୍ୱିତୀୟ ଢେଉରେ କରୋନାର କରାଳ ରୂପ ମଧ୍ୟ ଦେଖିବାକୁ ମିଳୁଛି । କରୋନାର ପ୍ରଥମ ଲହର ଠାରୁ କରୋନା ଦ୍ୱିତୀୟ ଲହର କ୍ଷିପ୍ର ଗତିରେ ମାଡି ମାଡି ଲାଗିଛି । ଆଜି ଦେଶରୁ ୧ ଲକ୍ଷ ୬୧ ହଜାର ୭୩୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଓଡିଶା ରାଜ୍ୟରେ ମଧ୍ୟ ୧୭୮୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କରୋନା ସଂକ୍ରମଣ ବୃଦ୍ଧି ରାଜ୍ୟରେ ମଧ୍ୟ ବଢି ଚାଲିଛି । ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି । ରାଜ୍ୟର କରୋନା ଗ୍ରାଫ୍ ଉପର ମୁହାଁରେ ଚାଲିଛି । କରୋନା ଲେଉଟାଣି କୋପ ଭୟଙ୍କର ହେଲାଣୀ । ଦିନକୁ ଦିନ କରୋନା ମାଡି ମାଡି ଚାଲିଛି । ଏହାରି ଭିତରେ ଆସିଲା ଏକ ବଡ ଖବର । ତାହା ହେଲା ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ଆଉ ୧୯୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୯୧ ଜଣଙ୍କ ମଧ୍ୟରୁ କ୍ୱାରେଂଟିନରୁ ୪୫ ଓ ଲୋକାଲ କେସରୁ ୧୪୬ ଜଣ ଚିହ୍ନଟ ହୋଇଛନ୍ତି । ଖଣ୍ଡଗିରି-୧୪, ପାତ୍ରପଡା-୧୩, ଓଲ୍ଡ ଟାଉନ-୯, ସୁନ୍ଦରପଦା-୮, ନୟାପଲ୍ଲୀ-୬ ଓ ବରଗଡ-୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ଭୁବନେଶ୍ୱରରେ ୬୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।