କରୋନା ଲଢେ଼ଇ : ଭାରତ ପାଇଁ ଆଗାମୀ ୬ ରୁ ୧୮ ମାସ ଗୁରୁତ୍ୱପୂର୍ଣ୍ଣ
କରୋନା ଲଢେ଼ଇ : ଭାରତ ପାଇଁ ଆଗାମୀ ୬ ରୁ ୧୮ ମାସ ଗୁରୁତ୍ୱପୂର୍ଣ୍ଣ
admin
May 18, 2021 - 12:27
Updated: May 18, 2021 - 12:27
ନୂଆଦିଲ୍ଲୀ: ଭାରତ ପାଇଁ ଆଗାମୀ ୬ ରୁ ୧୮ ମାସ ଗୁରୁତ୍ୱପୂର୍ଣ୍ଣ । ଇତି ମଧ୍ୟରେ ମଜବୁତର ସହ ଭାଇରସର ମୁକାବିଲା କରିବାକୁ ହେବ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁ୍ୟଏଚଓ) ବରିଷ୍ଠ ବୈଜ୍ଞାନିକ ଡକ୍ଟର ସୌମ୍ୟା ସ୍ୱାମୀନାଥନ ସୋମବାର ଏକ ସାକ୍ଷାତକାର ଯୋଗେ ଏହି ଚେତାବନୀ ଦେଇଛନ୍ତି । ଆଗାମୀ ଦିନ ମାନଙ୍କରେ କରୋନା ଅନ୍ୟ ଲହରୀ ଦେଶର ଚିନ୍ତା ବଢ଼ାଇପାରେ ବୋଲି ସେ କହିଛନ୍ତି । ଏଥିପାଇଁ ଏବେ ଠାରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ହେବ । ସେ କହିଛନ୍ତି କରୋନା ଭାଇରସ ବାରମ୍ବାର ଏହାର ରୂପ ପରିବର୍ତ୍ତନ କରୁଛି । ଏଣୁ ଟିକା କରୋନାର ପରିବର୍ତ୍ତିତ ରୂପ ଉପରେ କେତେ ପ୍ରଭାବଶାଳୀ ଏହା ଜାଣିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ଜଣେ ବ୍ୟକ୍ତି କରୋନାରୁ ସୁସ୍ଥ ହେବା ପରେ ତା ଶରୀରରେ କେତେ ଦିନ ପର୍ଯ୍ୟନ୍ତ ରୋଗ ପ୍ରତିରୋଧକ ଶକ୍ତି ରହୁଛି ଏହା ମଧ୍ୟ କରୋନା ଲଢେ଼ଇରେ ବିଶେଷ ଭୂମିକା ଗ୍ରହଣ କରୁଛି । ୨୦୨୧ ଶେଷ ବେଳକୁ ଦେଶର ୩୦% ଲୋକ ଟିକା ନେଇ ସାରିଥିବେ ବୋଲି ଅନୁମାନ କରାଯାଉଛି । ଏ ସମୟରେ ଲଗାତାର ଭାବେ ମୃତୁ୍ୟଦର ହ୍ରାସ ପାଇବ । ଏହା ପରେ ୨୦୨୨ ବେଳକୁ ଟିକାକରଣ ଅଭିଯାନ ଜୋରଦାର ଗତିରେ ଆଗେଇବ ଏବଂ କରୋନା ପ୍ରକୋପ ଧୀରେ ଧୀରେ ହ୍ରାସ ପାଇବ ବୋଲି ସେ କହିଛନ୍ତି ।