କରୋନା ନେଲା ଆଉ ୬ ଜୀବନ

କରୋନା ନେଲା ଆଉ ୬ ଜୀବନ

କରୋନା ନେଲା ଆଉ ୬ ଜୀବନ


ଭୁବନେଶ୍ୱର: ସମ୍ଭାବ୍ୟ ତୃତୀୟ ଲହରୀ ନେଇ ଏବେ ବି ଆଶଙ୍କା ଟଳିନି । ଏପଟେ ଦ୍ୱିତୀୟ ଲହରୀ ପ୍ରକୋପ କମିଥିଲେ ବି ସମ୍ପୂର୍ଣ୍ଣ ବିଦାୟ ନେଉନି କରୋନା । କରୋନାରେ ଆଉ ୬ଜଣଙ୍କ ମୃତୁ୍ୟ ଖବର ଆସିଛି । ସ୍ୱାସ୍ଥ୍ୟ ବିଭାଗର ରିପୋର୍ଟ ଅନୁଯାୟୀ ଅନୁଗୁଳ, କଟକ, ଜଗତସିଂହପୁର, ପୁରୀ, କେନ୍ଦ୍ରାପଡ଼ା ଓ ମୟୂରଭଞ୍ଜରୁ ଜଣେ ଲେଖାଏଁ କରୋନା ସଂକ୍ରମିତଙ୍କ ମୃତୁ୍ୟ ହୋଇଛି । ଏହାକୁ ମିଶାଇ ମୋଟ କରୋନାଜନିତ ମୃତୁ୍ୟ ସଂଖ୍ୟା ୮୦୮୪କୁ ବୃଦ୍ଧି ପାଇଛି । ଅନ୍ୟପକ୍ଷରେ ଶିଶୁଙ୍କ କରୋନା ସଂକ୍ରମିତ ହେବା ତାଲିକା ଲମ୍ବିବାରେ ଲାଗିଛି । 

  ବିଶେଷଜ୍ଞ ଓ ସ୍ୱାସ୍ଥ୍ୟ ବିଭାଗ ଚେତାଇ ଦେଇଛନ୍ତି, କରୋନା ବିପଦ ଟଳିନାହିଁ । ପୂର୍ବଭଳି ଆମକୁ ସତର୍କ ରହିବାକୁ ପଡ଼ିବ । ଦୋକାନ ବଜାର, ଅଫିସ ଯୁଆଡେ଼ ଯାଉଥିଲେ ସତର୍କତା ଅବଲମ୍ବନ କରିବା ଜରୁରୀ । ସବୁବେଳେ ମୁହଁରେ ମାସ୍କ ପିନ୍ଧିବା ସହ ହାତକୁ ସାବୁନ କିମ୍ବା ସାନିଟାଇଜରରେ ବିଶୋଧନ କରିବା ଉଚିତ୍ । ସାମାଜିକ ଦୂରତା ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବା ଜରୁରୀ । ଏଥିରେ ଖିଲାପ କଲେ ଘରକୁ କରୋନା ସଂକ୍ରମଣ ଡାକି ଆଣିପାରନ୍ତି । ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି, କରୋନା ବିପଦକୁ ହାଲୁକା ଭାବେ ନେବା ନାହିଁ । ପୂର୍ବଭଳି ଆଚରଣବିଧି ପାଳନ କରିବା । ଲୋକଙ୍କ ଜୀବିକାକୁ ନଜରରେ ରଖି କଟକଣା କୋହଳ ହୋଇଛି । ଏହାର ଅର୍ଥ ନୁହେଁ, ଆମେ ଢିଲା ହୋଇଯିବା । ଅବହେଳା କଲେ ସମୁହ ସ୍ୱାର୍ଥକୁ ନଜରରେ ରଖି ପୁଣି  ଲକଡାଉନ ଲଗାଇବାକୁ ସରକାର ବାଧ୍ୟ ହେବେ ।