ଆଉ ୧୧୯ ଶିଶୁ କରୋନା ସଂକ୍ରମିତ

ଆଉ ୧୧୯ ଶିଶୁ କରୋନା ସଂକ୍ରମିତ

ଆଉ ୧୧୯ ଶିଶୁ କରୋନା ସଂକ୍ରମିତ


ଭୁବନେଶ୍ୱର: ତୃତୀୟ ଲହରୀ ଆସିବା ନେଇ ଡର ସବୁବେଳେ ରହିଛି । ଏପଟେ କରୋନାରେ ଶିଶୁ (୦-୧୮ ବର୍ଷ) ଆକ୍ରାନ୍ତ ସଂଖ୍ୟା କମୁନି । ପ୍ରତିଦିନ ଶତାଧିକ ଶିଶୁ କରେନା ଆକ୍ରାନ୍ତ ହୋଇଥିବା ସରକାର ରିପୋର୍ଟ ଦେଇଛନ୍ତି । ଅନ୍ୟପକ୍ଷରେ  ୧୮ ବର୍ଷରୁ କମ୍ ବୟସ୍କଙ୍କ ପାଇଁ ଏଯାଏ ଦେଶରେ ଟିକାକରଣ ଆରମ୍ଭ ହୋଇନାହିଁ । ଏମିତି ସ୍ଥିତିରେ କେବଳ ସତର୍କତା ଓ କୋଭିଡ କଟକଣା ପାଳନ ହିଁ ସବୁଠୁ ବଡ଼ ଅସ୍ତ୍ର କରୋନାରୁ ରକ୍ଷା ପାଇବା ପାଇଁ ।

  ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ରିପୋର୍ଟ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭୪୫ କୋରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ସେଥି ମଧ୍ୟରୁ ୧୧୯ ଜଣ ଶିଶୁ ଓ କିଶୋର-କିଶୋରୀ କୋରୋନାରେ ସଂକ୍ରମିତ ହୋଇଛନ୍ତି । ଯାହା ତୃତୀୟ ଲହର ଭୟକୁ ଆହୁରି ଦ୍ବିଗୁଣିତ କରୁଛି । ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ବାରେଣ୍ଟାଇନ ସେଣ୍ଟରରୁ ୪୩୫ ଜଣ ଥିବା ବେଳେ ୩୧୦ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।

   ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୨୯୭ ଜଣ ଥିବାବେଳେ ଅନୁଗୋଳରୁ ୧୦, ବାଲେଶ୍ବରରୁ ୩୨, ବରଗଡ଼ରୁ ୧୧, ଭଦ୍ରକରୁ ୯, କଟକରୁ ୧୨୦, ଦେବଗଡ଼ରୁ ୬, ଢେଙ୍କାନାଳରୁ ୯, ଗଞ୍ଜାମରୁ ୩, ଜଗତସିଂହପୁରରୁ ୧୮, ଯାଜପୁରରୁ ୨୭, କନ୍ଧମାଳରୁ ୩, କେନ୍ଦ୍ରାପଡ଼ାରୁ ୧୮, କେନ୍ଦୁଝରରୁ ୫, କୋରାପୁଟ ୧, ମାଲକାନଗିରିରୁ ୧, ମୟୂରଭଞ୍ଜରୁ ୩୨, ନୟାଗଡ଼ରୁ ୧୧, ନୂଆପଡାରୁ ୨, ପୁରୀ ୧୭, ରାୟଗଡ଼ାରୁ ୨, ସମ୍ବଲପୁରରୁ ୧୦, ସୁବର୍ମଅଣପୁର ୧, ସୁନ୍ଦରଗଡ଼ରୁ ୨୪ ଏବଂ ଷ୍ଟେଟ ପୁଲ୍‌ରୁ ୭୨ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୧୫ହଜାର ୮୩ରେ ପହଞ୍ଚିଛି ।