କରୋନା ଦ୍ୱିତୀୟ ଲହର : ଦେଶରେ ଗୋଟିଏ ଦିନରେ ଦେଢ ଲକ୍ଷ ପାର

କରୋନା ଦ୍ୱିତୀୟ ଲହର : ଦେଶରେ ଗୋଟିଏ ଦିନରେ ଦେଢ ଲକ୍ଷ ପାର

କରୋନା ଦ୍ୱିତୀୟ ଲହର : ଦେଶରେ ଗୋଟିଏ ଦିନରେ ଦେଢ ଲକ୍ଷ ପାର
ଭୁବନେଶ୍ୱର : ଗତ ୨୪ ଘଂଟା ମଧ୍ୟରେ ଦେଶରେ ୧ ଲକ୍ଷ ୫୨ ହଜାର ୮୭୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଦିନକରେ ୮୩୯ ଜଣଙ୍କର ମୃତୁ୍ୟ ମଧ୍ୟ ଘଟିଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ସମ୍ପ୍ରତି ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୩୩ ଲକ୍ଷ ୫୮ ହଜାର ୮୦୫ରେ ପହଁଚିଛି । ଏଯାବତ ଦେଶରେ କରୋନାରେ ୧ ଲକ୍ଷ ୬୯ ହଜାର ୨୭୫ ଜଣଙ୍କ ଜୀବନ ଯାଇସାରିଛି । ସମ୍ପ୍ରତି ୧୧ ଲକ୍ଷ ୮୦୮୭ ଜଣ କରୋନା ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି । ଅପରପକ୍ଷରେ ଦେଶରେ ୧୦ କୋଟି ୧୫ ଲକ୍ଷ ୯୫ ହଜାର ୧୪୭ କରୋନା ଟିକା ଡୋଜ ଦିଆଯାଇସାରିଛି । ଆଜିଠାରୁ ସାରା ଦେଶରେ କରୋନା ଉତ୍ସବ ଆରମ୍ଭ ହୋଇଛି । ଯାହାକି ଅପ୍ରେଲ ୧୪ ପର୍ଯ୍ୟନ୍ତ ଚାଲିବ । ତେବେ ସମସ୍ତେ କରୋନା ଗାଇଡ଼ଲାଇନକୁ କଡ଼ାକଡ଼ି ପାଳନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିବେଦନ କରିଛନ୍ତି ।