ଟିକାକୁ ନେଇ ବଡ଼ ଅଭିଯୋଗ ଆଣିଲେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ,କଣ ଜାଣନ୍ତୁ

ଟିକାକୁ ନେଇ ବଡ଼ ଅଭିଯୋଗ ଆଣିଲେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ,କଣ ଜାଣନ୍ତୁ

ଟିକାକୁ ନେଇ ବଡ଼ ଅଭିଯୋଗ ଆଣିଲେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ,କଣ ଜାଣନ୍ତୁ
ଭୁବନେଶ୍ୱର : କୋଭିଡ-୧୯ ବିରୋଧରେ ଲଢେଇ ପାଇଁ ଆଜି ଅର୍ଥାତ ରବିବାର ଠାରୁ ଦେଶବ୍ୟାପୀ ଟିକା ଉତ୍ସବ ପାଳନ ଆରମ୍ଭ ହୋଇଛି । ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ଗଣଟିକାଦାନ କାର୍ଯ୍ୟକ୍ରମ ଚାଲିବ । ତେବେ ଏହାରି ଭିତରେ ଏକ ବଡ଼ ଅଭିଯୋଗ ଆଣିଛନ୍ତି ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂହ । ସେ କହିଛନ୍ତି ଯେ, ବିଜେପି ଶାସିତ ରାଜ୍ୟକୁ ଅଧିକ ଟିକା ପ୍ରଦାନ କରାଯାଉଛି । ପାତର ଅନ୍ତର ନୀତି ଅବଲମ୍ବନ କରାଯାଉଛି । କେନ୍ଦ୍ର ସରକାର ସବକା ସାଥ ସବକା ବିକାଶ କଥା କହୁଛନ୍ତି । କିନ୍ତୁ କାମରେ କଲାବେଳେ ଓଲଟା କରୁଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ସିଂହ ଅଭିଯୋଗ କରିଛନ୍ତି । କେନ୍ଦ୍ର ସରକାର ସବୁ ରାଜ୍ୟକୁ ସମାନ ଦୃଷ୍ଟିରେ ଦେଖିବା ଦରକାର ବୋଲି ମନ୍ତ୍ରୀ ଶ୍ରୀ ସିଂହ କହିଛନ୍ତି । ଅନ୍ୟପକ୍ଷରେ ଓଡ଼ିଶାରେ ଟିକା ଅଭାବରୁ ୯୦୦ଟି କେନ୍ଦ୍ରରେ ଟିକାକରଣ ବନ୍ଦ ଥିବା ପରିବାର କଲ୍ୟାଣ ନିଦେ୍ର୍ଧଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଶୂନ ଅପଚୟ ଓ ସଚେତନତା ହେଉଛି ଟିକା ଉତ୍ସବର ମୂଳ ଲକ୍ଷ୍ୟ । ଟିକା ନଆସିଲେ ଆସନ୍ତାକାଲି ଅଧିକାଂଶ ଜିଲ୍ଲାରେ ଷ୍ଟକ ଆଉଟ ହୋଇଯିବ । ଯେଉଁ ଜିଲ୍ଲାକୁ ଟିକା ଯାଇଛି ସେଠି ଜାରି ରହିବ । ଅନ୍ୟ ଜିଲ୍ଲାରେ ବନ୍ଦ ରହିବ । ମହଜୁଦ ଥିବା ଟିକାରେ ୫୭୯ଟି କେନ୍ଦ୍ରରେ ଆଜି ଟିକାକରଣ ଚାଲିଛି । ଏବେ ୨,୩୩,୦୦୦ ଡୋଜ କୋଭିସିଲ୍ଡ ଓ ୭୭,୯୬୦ ଡୋଜ କୋଭାକ୍ସିନ ଅଛି । ଯେଉଁଠି ଭ୍ୟାକ୍ସିନ ମହଜୁଦ ଅଛି, ସେଇଠି ଟିକା ଉତ୍ସବ କରାଯାଇଛି । ଅଧିକ ସଂକ୍ରମିତ ଜିଲ୍ଲାକୁ ପ୍ରାଧାନ୍ୟ ଦିଆଯାଉଛି ବୋଲି ପରିବାର କଲ୍ୟାଣ ନିଦେ୍ର୍ଧଶକ ବିଜୟ ପାଣିଗ୍ରାହୀ କହିଛନ୍ତି ।