କରୋନା ଦ୍ୱିତୀୟ ଢେଉ: ରାଜ୍ୟରେ ୮ ଜଣଙ୍କ କରୋନା ଆକ୍ରାନ୍ତଙ୍କ ମୃତୁ୍ୟ

କରୋନା ଦ୍ୱିତୀୟ ଢେଉ: ରାଜ୍ୟରେ ୮ ଜଣଙ୍କ କରୋନା ଆକ୍ରାନ୍ତଙ୍କ ମୃତୁ୍ୟ

କରୋନା ଦ୍ୱିତୀୟ ଢେଉ: ରାଜ୍ୟରେ ୮ ଜଣଙ୍କ କରୋନା ଆକ୍ରାନ୍ତଙ୍କ ମୃତୁ୍ୟ
ଭୁବନେଶ୍ୱର: ରାଜ୍ୟରେ ଆଜି ୮ ଜଣ କରୋନା ଆକ୍ରାନ୍ତଙ୍କ ମୃତୁ୍ୟ ଘଟିଛି । ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ ୨ ଆକ୍ରାନ୍ତ ମୃତୁ୍ୟବରଣ କରିଛନ୍ତି । ସେହିପରି ବାଲେଶ୍ୱର, ବଲାଙ୍ଗିର, ବରଗଡ , ଭଦ୍ରକ, କଟକ ଓ ନୂଆପଡା ଜିଲ୍ଲାରୁ ଜଣେ ଲେଖାଏଁ ମୃତୁ୍ୟବରଣ କରିଛନ୍ତି । ରାଜ୍ୟରେ କରୋନା ଜନିତ ମୃତୁ୍ୟସଂଖ୍ୟା ୧୯୮୧କୁ ବୃଦ୍ଧି ପାଇଛି । ଆଜି ରାଜ୍ୟରେ ୬୬୪୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲରୁ ସର୍ବାଧିକ ୧୧୮୯ ପଜିଟିଭ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ-୭୮୮, କଳାହାଣ୍ଡି-୩୬୧ , କଟକ-୩୩୬, ନୂଆପଡା -୫୫୯, ସମ୍ବଲପୁର-୧୭୫, ଝାରସୁଗୁଡା-୩୪୩ , ପୁରୀ-୩୯୫, ବରଗଡ-୨୯୦,ନବରଙ୍ଗପୁର-୨୨୪, ବାଲେଶ୍ୱର-୫୩ , ବଲାଙ୍ଗିର-୨୩୪, , ଷ୍ଟେଟପୁଲ-୨୬୬, ଗଞ୍ଜାମ-୧୬୧, ମୟୂରଭଞ୍ଜ-୧୨୨, କେନ୍ଦୁଝର-୧୮୩, କୋରାପୁଟ-୬୭, ଭଦ୍ରକ-୪୧, ଯାଜପୁର-୧୩୩, ନୟାଗଡ-୧୧୦,ରାୟଗଡା-୧୧୬, ଅନୁଗୁଳ-୧୪୧, ଜଗତସିଂହପୁର-୬୫, ଗଜପତି-୯୬, କେନ୍ଦ୍ରାପଡା-୪୭, ଦେବଗଡ-୩୪, କନ୍ଧମାଳ-୨୬, ମାଲକାନଗିରି-୧୭ , ଢେଙ୍କାନାଳ-୩୪ , ବୌଦ୍ଧ-୩୯ ଓ ସୁବର୍ଣ୍ଣପୁର-୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୧ ହଜାର ୩୪୧ କୁ ବୃଦ୍ଧି ପାଇଛି । ରାଜ୍ୟରେ ସକ୍ରିୟ ରୋଗୀ ସଂଖ୍ୟା ୪୩ ହଜାର ୩୦୪ ଜଣ ଉପରେ ରହିଛି । ସେହିପରି ରାଜ୍ୟରୁ ୩ ଲକ୍ଷ ୫୬ ହଜାର ୦୦୩ ଆକ୍ରାନ୍ତ ସୁସ୍ଥ ହେଲେଣି ।