କରୋନାରେ ସଂକ୍ରମିତ ହେଲେ ନେପାଳର ପ୍ରଧାନମନ୍ତ୍ରୀ

କରୋନାରେ ସଂକ୍ରମିତ ହେଲେ ନେପାଳର ପ୍ରଧାନମନ୍ତ୍ରୀ

କରୋନାରେ ସଂକ୍ରମିତ ହେଲେ ନେପାଳର ପ୍ରଧାନମନ୍ତ୍ରୀ
କରୋନାରେ ସଂକ୍ରମିତ ହେଲେ ନେପାଳର ପ୍ରଧାନମନ୍ତ୍ରୀ କେପି ଓଲି । ମିଳିଥିବା ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ପରାମର୍ଶ ଦାତା ଓ ଡାକ୍ତର ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି । ପ୍ରଧାନମନ୍ତ୍ରୀ କେପି ଓଲିଙ୍କ ସୁରକ୍ଷାରେ ନିୟୋଜିତ ରହୁଥିବା 76ଜଣ ଯବାନ ମଧ୍ୟ କରୋନ କବଳରେ ଆସିଥିବାର ଜଣାଯାଇଛି । ନେପାଳ ସରକାରଙ୍କ ସମାଚାର ଏଜେନ୍ସି ଦ୍ବାରାମିଳିଥିବା ସୂଚନା ଅନୁସାରେ ନେପାଳ ପ୍ରଧାନମନ୍ତ୍ରୀଙ୍କ ଆବାସ ଏବେ ସମ୍ପୂର୍ଣ୍ଣ ରୂପେ କରୋନା କବଳରେ କବଳିତ ହୋଇଛି । ପ୍ରଧାନମନ୍ତ୍ରୀଙ୍କ ଆବାସକୁ ସମ୍ପୂର୍ଣ୍ଣ ଖାଲି କରାଯାଇ ସାନିଟାଇଜ୍‌ କରାଯାଉଛି । ନିକଟରେ ପ୍ରଧାନମନ୍ତ୍ରୀ କେପି ଓଲିଙ୍କ ବ୍ୟକ୍ତିଗତ ଡାକ୍ତର ଡ. ଦିବ୍ୟା ଶାହ କରୋନା ସଂକ୍ରମିତ ରୂପେ ଚିହ୍ନଟ ହୋଇଥିଲେ । ଏଡାପରେ ତାଙ୍କ ସମ୍ପର୍କରେ ଆସିଥିବା ସମସ୍ତଙ୍କର କରୋନା ଟେଷ୍ଟ କରାଯାଇଥିଲା ।