କରୋନା କଟକଣା ମଧ୍ୟରେ ବିହାରରେ ପ୍ରଥମ ପର୍ୟ୍ୟାୟ ମତଦାନ ଆରମ୍ଭ

କରୋନା କଟକଣା ମଧ୍ୟରେ ବିହାରରେ ପ୍ରଥମ ପର୍ୟ୍ୟାୟ ମତଦାନ ଆରମ୍ଭ

କରୋନା କଟକଣା ମଧ୍ୟରେ ବିହାରରେ ପ୍ରଥମ ପର୍ୟ୍ୟାୟ ମତଦାନ ଆରମ୍ଭ
ବିହାର : କରୋନା କଟକଣା ମଧ୍ୟରେ ବିହାର ପ୍ରଥମ ପର୍ୟ୍ୟାୟ ନିର୍ବାଚନ ଅନୁଷ୍ଠିତ ହେଉଛି । ସକାଳ ୭ଟାରୁ କୋଭିଡ୍‌ କଟକଣା ମଧ୍ୟରେ ଆରମ୍ଭ ହୋଇଛି ମତଦାନ । ମୋଟ ୨୪୩ଟି ଆସନ ମଧ୍ୟରୁ ଆଜି ୧୬ଟି ଜିଲ୍ଲାର ୭୧ଟି ଆସନରେ ମତଦାନ ଅନୁଷ୍ଠିତ ହେଉଛି । ପ୍ରଥମ ପର୍ୟ୍ୟାୟରେ ୧ ହଜାର ୬୬ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେଉଛି । ୭୧ଟି ଆସନ ମଧ୍ୟରୁ ନୀତିଶ କୁମାରଙ୍କ ଜେଡିୟୁ ୩୫ଟି ଆସନରେ ପ୍ରାର୍ଥୀ ଦେଇଥିବାବେଳେ ବିଜେପି ୨୯ଟି ଆସନରେ ପ୍ରାର୍ଥୀ ଦେଇଛି । ଆରଜେଡି ୪୨ ଓ କଂଗ୍ରେସ ୨୦ଟି ଆସନରେ ପ୍ରାର୍ଥୀ ଦେଇଛି । ଚିରାଗ ପାଶଓ୍ଵାନଙ୍କ ଏଲଜେପି ୪୫ଟି ଆସନରେ ଲଢୁଛି । ଜେଡିୟୁର ୩୫ ପ୍ରାର୍ଥୀଙ୍କ ବିରୋଧରେ ପ୍ରାର୍ଥୀ ଦେଇଛି ଏଲଜେପି । ପ୍ରଥମ ପର୍ୟ୍ୟାୟ ନିର୍ବାଚନ ରଣାଙ୍ଗନରେ ୧୧୪ ଜଣ ମହିଳା ପ୍ରାର୍ଥୀ ରହିଛନ୍ତି । ନୀତିଶ ସରକାରରେ ଥିବା ୬ ମନ୍ତ୍ରୀଙ୍କର ଆଜି ଭାଗ୍ୟ ପରୀକ୍ଷା । କରୋନା ବ୍ୟାପିବା ପରେ ଏହା ଦେଶର ପ୍ରଥମ ବଡ଼ ନିର୍ବାଚନ । କୋଭିଡ କଟକଣା ମଧ୍ୟରେ ଭୋଟର ମତଦାନ ସାବ୍ୟସ୍ତ କରୁଛନ୍ତି । ପ୍ରତି ବୁଥରେ ଥର୍ମାଲ ସ୍କ୍ରିନିଂ ଓ ସାନିଟାଇଜର ଉପଲବ୍ଧ ରହିଛି ।