କ୍ବାର୍ଟରେ ଚାଲିଥିଲା ଥାନା, ୨୭ ବର୍ଷ ପରେ ବଦଳିବ ଥାନାର ଠିକଣା

ପୁରୁଣା ଥାନାକୁ ଉଠି ଆସିବ ସାଇବର ଥାନା । ପାରମ୍ପରିକ ପୁଲିସ ଷ୍ଟେସନଠାରୁ ଏହି ନୂଆ ବିଲ୍ଡିଂ ସମ୍ପୂର୍ଣ ପୃଥକ୍ କରାଯାଇଛି । ଥାନାକୁ ଆସୁଥିବା ଲୋକମାନଙ୍କ ପାଇଁ କାଳେ ଅନୁକୂଳ ହେବ ବୋଲି କୁହାଯାଉଛି । ଥାନାକୁ ଆସୁଥିବା ଅଭିଯୋଗ ନେଇ ପ୍ରବେଶ କରିବା ମାତ୍ରେ, ଲ୍ୟାଣ୍ଡସ୍କେପ୍ ଲନ୍, ସେଲ୍ଫି ପଏଣ୍ଟ, ରିସେପ୍ସନ୍ ଏରିଆ, ପ୍ରତିକ୍ଷାଳୟ ଏବଂ ପିଲାମାନଙ୍କ ଖେଳିବା ପାଇଁ କ୍ରେଚ୍ ବ୍ୟବସ୍ଥା କରାଯାଇଛି । ଆଶ୍ଚର୍ଯ୍ୟ ଥାନାରେ ପିଲା ଖେଳିବେ ! ପାନୀୟଜଳ ସୁବିଧା, ପୁରୁଷ ଏବଂ ମହିଳା ପରିଦର୍ଶକମାନଙ୍କ ପାଇଁ ଅଲଗା ଶୌଚାଳୟ ବ୍ୟବସ୍ଥା ମଧ୍ୟ ରହିଛି । ମହିଳା ଏବଂ ଶିଶୁମାନଙ୍କ ପାଇଁ ଅଲଗା ଡେସ୍କ ଅଛି | ଯାହାକି ସେମାନଙ୍କର ଆରାମ ଏବଂ ନିରାପତ୍ତା କାଳେ ସୁନିଶ୍ଚିତ କରୁଛି । ଯେଉଁମାନେ ଅସଦାଚରଣ ଏବଂ ଦୁଷ୍କର୍ମର ଶିକାର ହୋଇ ଥାନାକୁ ଆସୁଛନ୍ତି ସେମାନଙ୍କ ପାଇଁ ଏକ ପରାମର୍ଶ କକ୍ଷ ମଧ୍ୟ ରହିଛି । ଦେଖାଯାଉ ଏହା କେଉଁଭଳି କର୍ଯ୍ୟକାରୀ ହେବ । ବଡ଼ କଥା ହେଲା ଭିନ୍ନକ୍ଷମ ପାଇଁ ବିଶେଷ ସୁବିଧା ରହିଛି, ଯାହା ରହିବାର ଆବଶ୍ୟକ ରହିଛି । ସେମାନେ ଥାନାକୁ ଆସିଲେ ସହଜରେ ଥାନା ଭିତରକୁ ଯାଇପାରିବେ | ଦକ୍ଷ ଏବଂ ଆଧୁନିକ ଅନୁସନ୍ଧାନ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ଅଭିଯୁକ୍ତକୁ ପଚରାଉଚରା କରିବା ପାଇଁ ସ୍ବତନ୍ତ୍ର ରୁମ୍ ରହିଛି I ସମ୍ମିଳନୀ ହଲ୍ ଏବଂ ସିସିଟିଏନ୍ଏସ୍ ନେଟ୍ୱର୍କ ପାଇଁ ବ୍ୟବସ୍ଥା କରାଯାଇଛି। ସିସିଟିଭି କ୍ୟାମେରା, ଅଗ୍ନି ନିର୍ବାପକ ବ୍ୟବସ୍ଥା ଏବଂ ବଜ୍ର ସୁରକ୍ଷା ପ୍ରଣାଳୀ ସହିତ ପୁଲିସ କର୍ମଚାରୀଙ୍କ ସୁରକ୍ଷା ଉପରେ ଧ୍ୟାନ ଦିଆଯାଇଛି । ତଦନ୍ତ ପାଇଁ ସମସ୍ତ ଅଧିକାରୀଙ୍କୁ ମଡ୍ୟୁଲାର୍ ୱାର୍କସ୍ପେସ୍ ଯୋଗାଇ ଦିଆଯାଇଛି । ଏଥିରେ ମାଖାନା, ଭିଏଚ୍ଏଫ୍ ଏବଂ ସିସିଟିଭି କଣ୍ଟ୍ରୋଲ୍ ରୁମ୍, ରେକର୍ଡ ରୁମ୍ ଏବଂ ପୁରୁଷ ଓ ମହିଳା ହାଜତ ରହିଛି । ତେବେ ସବୁ କିଛି ବ୍ୟବସ୍ଥା କରାଯାଇଥିବା ବେଳେ ଥାନାରେ ସିସିଟିଭି ରହିଥିବାରୁ ପୁରୁଣା ଥାନାରୁ ସବୁ ସାମଗ୍ରୀ ସିଫ୍ଟ କରାଯାଇନାହିଁ । ପ୍ରଥମେ ସିସିଟିଭି କାର୍ଯ୍ୟକ୍ଷମ ହେବା ପରେ ପୁରୁଣା ଥାନାରୁ ସବୁ ସାମଗ୍ରୀ ସିଫ୍ଟ କରାଯିବ ବୋଲି ସୂଚନା ମିଳିଛି । ଥାନାରେ ଫାଇଲ୍ ରଖିବାକୁ ଜାଗା ନ ଥିବାବେଳେ, ଜବତ ଗାଡ଼ି ଗୁଡିକ ରାସ୍ତା ଉପରେ ରଖାଯାଉଥିଲା | ଯେଉଁଥ୍ପାଇଁ ଯାତାୟାତ କରିବା ସମସ୍ୟା ଭୋଗୁଥିଲେ । ୧୯୯୬ ନଭେମ୍ବର ୫ରେ ଅସ୍ଥାୟୀଭାବେ ସାଧାରଣ ପ୍ରଶାସନ ବିଭାଗର ଏକ କ୍ୱାର୍ଟର୍ସ(ବି-୪)ରେ ନୟାପଲ୍ଲୀ ଥାନା ଆରମ୍ଭ ହୋଇଥିଲା । ସେତେବେଳର ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଏହାକୁ ଉଦ୍ଘାଟନ କରିଥିଲେ | ଚଳିତ ମାସ ଶେଷ ଆଡ଼କୁ ନୂଆ ଥାନା ଉଦ୍ଘାଟନର କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳିଛି । ଏହି ନୂତନ ଥାନାରେ ସବୁ ପ୍ରକାର ବ୍ୟବସ୍ଥା ରହିଛି । ଥାନାରେ ପ୍ରାୟ ୫କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଜଣାପଡ଼ିଛି । ଆଧୁନିକ ଜ୍ଞାନକୌଶଳରେ ଏହାକୁ ଓପିଏଚ୍ଡବ୍ଲ୍ୟୁସି ନିର୍ମାଣ କରିଛି I ତେବେ ଦେଖିବାକୁ ବାକିରହିଲା ସାଇବର ଠକ ରାଜଧାନୀରେ ଯେଉଁଭଳି ସକ୍ରିୟ ହେଉଛନ୍ତି, ତାଙ୍କ ଉପରେ କିଛି ପ୍ରଭାବ ପଡିବ କି ନାହିଁ ।