11 ସୁଦ୍ଧା ତଦନ୍ତ ରିପୋର୍ଟ ଦାଖଲ କରିବାକୁ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ
ଭରତପୁର ଥାନ ଆର୍ମି କ୍ୟାପଟେନ-ବାନ୍ଧବୀ ବିବାଦ ମାମଲା । ଆରମ୍ଭ ହେଲା ପ୍ରାରମ୍ଭିକ ଶୁଣାଣି ପ୍ରକ୍ରିୟା । ରୋଡ଼ ମ୍ୟାପ ପ୍ରସ୍ତୁତ କଲେ ତଦନ୍ତ କମିସନ । ଆସନ୍ତା 11 ତାରିଖ ସୁଦ୍ଧା ତଦନ୍ତ ରିପୋର୍ଟ ଦେବାକୁ କ୍ରାଇମବ୍ରାଞ୍ଚକୁ ନିର୍ଦେଶ ଦେଲେ ତଦନ୍ତ କମିସନ । 18 ତାରିଖରେ ଉଭୟ ପକ୍ଷର ସାକ୍ଷୀ ମାନଙ୍କୁ ଡକାଯିବ | ଏହାପରେ ତଦନ୍ତ କମିସନର ଜେରା ପାଇଁ ସମୟ ଧାର୍ଯ୍ୟ କରିବେ | 525ଟି ଆଫିଡେବିଟ ଆସିଥିଲା 45ଟି ଆଫିଡେବିଟ କୁ ସିଲେକ୍ସନ କରିଛନ୍ତି ତଦନ୍ତ କମିସନ।