କଥା କଥାରେ ରାଗି ଯାଉଛନ୍ତି କି’ : ଏହି ଉପାୟରେ ରାଗକୁ ନିୟନ୍ତ୍ରଣ କରିପାରିବେ

କଥା କଥାରେ ରାଗି ଯାଉଛନ୍ତି କି’ : ଏହି ଉପାୟରେ ରାଗକୁ ନିୟନ୍ତ୍ରଣ କରିପାରିବେ

କଥା କଥାରେ ରାଗି ଯାଉଛନ୍ତି କି’ : ଏହି ଉପାୟରେ ରାଗକୁ ନିୟନ୍ତ୍ରଣ କରିପାରିବେ
ରାଗିବା ମଣିଷର ଏକ ସ୍ୱଭାବ। କୌଣସି କାମ ମନପସନ୍ଦର ନ ହେଲେ ବା କିଛି ତ୍ରୁଟି ବିଚ୍ୟୁତି ହେଲେ ସାଧାରଣତଃ ସମସ୍ତେ ରାଗନ୍ତି । ତେବେ କିଛି ଲୋକ କଥା କଥାରେ ବିନା କାରଣରେ ରାଗନ୍ତି । ସେଥିପାଇଁ ସେମାନେ ଅପ୍ରୀତିକର ପରିସ୍ଥିତିରେ ବି ପଡ଼ନ୍ତି । କିଛି ନବୁଝି, କିଛି ନବିଚାରି ରାଗି ଯାଇ ସାମ୍ନା ବ୍ୟକ୍ତିଙ୍କୁ ଓଲଟାସିଧା କହି ପକାନ୍ତି ଓ ତାଙ୍କ ସହିତ ସଂପର୍କ ଖରାପ ହୁଏ । ତା’ସହିତ ହେବା କାମ ବି ବିଗିଡ଼ି ଯାଏ । କିନ୍ତୁ ମନେ ରଖନ୍ତୁ, ସବୁବେଳେ ଏହା ସେମାନଙ୍କ ସ୍ୱଭାବ ଯୋଗୁ ହୋଇ ନଥାଏ । ବାସ୍ତୁଦୋଷ ଯୋଗୁ ବି ଏମିତି ହୋଇପାରେ । ଯଦି ଆପଣ ବି କଥା କଥାରେ ଘରେ ହେଉ ଅବା ବାହାରେ ରାଗି ଯାଉଛନ୍ତି ବା ରାଗ ଉପରେ ଆପଣଙ୍କର କେତେ ବେଳେ ବି ନିୟନ୍ତ୍ରଣ ରହୁ ନାହିଁ, ତା’ହେଲେ ବାସ୍ତୁଶାସ୍ତ୍ରରେ ରହିଥିବା କିଛି ନିୟମକୁ ପାଳନ କରନ୍ତୁ । ଏହା ଦ୍ୱାରା ଆପଣ ରାଗ ଉପରେ ନିୟନ୍ତ୍ରଣ ପାଇପାରିବେ । ୧. ଘରର ପୂର୍ବ ଦିଗରେ ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ଦୀପ ଜାଳନ୍ତୁ । ଏହା ସହିତ ଏହି ଦିଗରେ କୌଣସି ଭାରି ଜିନିଷ ରଖନ୍ତୁ ନାହିଁ । ଏପରି କଲେ ଆପଣ ନିଜ ରାଗ ଉପରେ ନିୟନ୍ତ୍ରଣ ରଖିପାରିବେ । ୨. ବେଡ୍ ରୁମରେ ଭଲ ବାସ୍ନା ହେଉଥିବା ଫୁଲ ରଖନ୍ତୁ । ଏହା ଦ୍ୱାରା ମନ ଶାନ୍ତ ରହିଥାଏ । ମନ ଶାନ୍ତ ରହିଲେ ସକାରାତ୍ମକ ଚିନ୍ତାଧାରା ଆସିଥାଏ ଓ ଏହା ରାଗକୁ ନିୟନ୍ତ୍ରଣ କରିଥାଏ । ୩. ପ୍ରତିଦିନ ସକାଳେ ସୂର‌୍ୟ୍ୟ ଦେବତାଙ୍କୁ ଜଳ ଅର୍ପଣ କରନ୍ତୁ । ଏହାଦ୍ୱାରା ଆପଣଙ୍କ ମନ ଶାନ୍ତ ରହିବା ସହିତ ରାଗ କମ୍ ହୋଇଥାଏ । ୪. ବାସ୍ତୁଶାସ୍ତ୍ର ଅନୁସାରେ ଘରେ ତଥା ନିଜ ବେଡ୍ ରୁମରେ ଲାଲ୍ ରଙ୍ଗର ବ୍ୟବହାର ଖୁବ୍ କମ୍ କରନ୍ତୁ । ଲାଲ ବେଡଶିଟରେ ଶୁଅନ୍ତୁ ନାହିଁ । ଘରର ରଙ୍ଗ ଲାଲ୍ ରଖନ୍ତୁ ନାହିଁ । ବାସ୍ତୁ ଅନୁସାରେ ଲାଲ୍ ରଙ୍ଗ କ୍ରୋଧକୁ ବଢ଼ାଇଥାଏ । ୫. ପ୍ରତ୍ୟେକ ସୋମବାର ବ୍ରତ ରଖନ୍ତୁ । ସେଦିନ ଗୋଟିଏ ଥର ଖାଆନ୍ତୁ । ଲଗାତାର ଏପରି କରିବା ଦ୍ୱାରା ଆପଣ ନିଜ ରାଗ ଉପରେ ନିୟନ୍ତ୍ରଣ ପାଇପାରିବେ । ୬. ଅଳିଆ, ଆବର୍ଜନା ରାଗକୁ ବଢ଼ାଇଥାନ୍ତି । ଏଥିପାଇଁ ଘରର କୋଣ ଅନୁକୋଣ ପରିଷ୍କାର ରଖିବା ପାଇଁ ଚେଷ୍ଟା କରନ୍ତୁ । ଘରେ ଆଦୌ ଅଳିଆ ଜମା କରି ରଖନ୍ତୁ ନାହିଁ ।