କଣ କଲେ ଘିମିରିରୁ ଆରାମ ପାଇବେ

କଣ କଲେ ଘିମିରିରୁ ଆରାମ ପାଇବେ

କଣ କଲେ ଘିମିରିରୁ ଆରାମ ପାଇବେ
ଖରାଦିନ ଆସିବା ମାତ୍ରେ ଚର୍ମ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ଦେଖାଯାଏ । ଘିମିରି ସବୁଠାରୁ ସାଧାରଣ କିନ୍ତୁ ଖୁବ୍ କଷ୍ଟ ଦାୟକ ସମସ୍ୟା । ଝାଳ ବୋହିବା ସହିତ ଘିମିରି ହୋଇଥାଏ । ପିଠି, କାନ୍ଧ, ଛାତି , ପେଯ ଆଦିରେ ଘିମିରି ଖୁବ୍ କୁଣ୍ଡାଇ ହୁଏ । ଯେତେ ପାଉଡର କିମ୍ବା ସ୍କିନ କେୟାର ପ୍ରଡକ୍ଟ ଲଗାଇଲେ ବି କିଛି ହୁଏ ନାହିଁ । ହାତ ପାଆନ୍ତାରେ ଥିବା ଏପରି କେତେକ ଛୋଟ ଛୋଟ ଉପାୟ ଆପଣାଇ ଦେଖନ୍ତୁ ତ- -କଂଚା ଆଳୁ ରସରେ ଗୋଲାପଜଳ ମିଶାଇ ଘିମିରି ଉପରେ ଲଗାଇଦେବେ ଏବଂ ୨୦ ମିନିଟ୍ ଛାଡି ଦିଅନ୍ତୁ । ଏହା ପରେ ଥଣ୍ଡା ପାଣିରେ ଧୋଇ ଦେବେ । ଏହାଦ୍ୱାରା ଚର୍ମକୁ ଶିତଳତା ମିଳିବା ସହିତ ଟ୍ୟାନିଙ୍ଗ ସମସ୍ୟା ଦୂର ହେବ ଏବଂ ଘିମିରିରୁ ମଧ୍ୟ ଆରାମ ମିଳିବ । -ଏକ ପାତ୍ରରେ ୧ ଚାମଚ ଚନ୍ଦନ ପାଉଡର ପକାଇ ସେଥିରେ ଗୋଲାପ ଜଳ ପକାଇ ପେଷ୍ଟ କରନ୍ତୁ ପ୍ରସ୍ତୁତ କରନ୍ତୁ । ଏହାକୁ ଘିମିରି ହୋଇଥିବା ସ୍ଥାନରେ ୨୦-୨୫ ମିନିଟ ରଖିବା ପରେ ପାଣିରେ ଧୋଇଦେବେ । ସପ୍ତାହକୁ ଅତି କମ୍ ରେ ତିନି ଚାରିଥର ଏହାକୁ ବ୍ୟବହାର କଲେ ଘିମିରି ଦୂରେଇ ଯିବ । - ଛୋଟ ଚାମଚରେ ୩-୪ ଚାମଚ ମୁଲତାନି ମାଟି ଏକ ପାତ୍ରରେ ନେଇ ସେଥିରେ ଗୋଲାପ ଜଳ ମିଶାଇ ପେଷ୍ଟ ପ୍ରସ୍ତୁତ କରିବେ । ଏହାକୁ ମଧ୍ୟ ଘିମିରି ହୋଇଥିବା ସ୍ଥାନରେ ଳଗାଇ ୨୦ ମିନିଟ ରଖି ପାଣିରେ ଧୋଇ ଦିଅନ୍ତୁ । ସପ୍ତାହକୁ ୪-୫ଥର ଏପରି କଲେ ଆରାମ ମିଳିବ । -ନିମ୍ବପତ୍ରକୁ ବାଟି ଘିମିରି ଜାଗାରେ ଲଗାଇଦେବେ । ୨୦ ମିନିଟ ପରେ ଧୋଇଦେଲେ ଘିମିରିରୁ ମୁକ୍ତି ମିଳିବ ସହ ତ୍ୱଚାର କୌଣସି ସଂକ୍ରମଣ ସମସ୍ୟା ଥିଲେ ଏହା ମଧ୍ୟ କମିଯିବ । - ମେହନ୍ଦିର ଲେପ ପ୍ରସ୍ତୁତ କରି ଘିମିରି ହୋଇଥିବା ସ୍ଥାନରେ ଲଗାଇଲେ ଶରୀରକୁ ଶୀତଳତା ମିଳିବା ସହ ଘିମିରି ଭଲ ହୋଇଯିବ । - ହଳଦୀରେ ଆଂଟିବାୟୋଟକ୍ ଗୁଣ ଥିବାରୁ ଏହା ଘିମିରି ସହିତ ଚର୍ମର ପୋଡାଜଳା, କୁଣ୍ଡାଇହେବା, ବିଭିନ୍ନ ସଂକ୍ରମଣ ଦୂର କରିଥାଏ ।