ରାତ୍ରିରେ ସ୍ନାନ କଲେ ଏହି ସମସ୍ୟା ଦୂର ହୁଏ ।

ରାତ୍ରିରେ ସ୍ନାନ କଲେ ଏହି ସମସ୍ୟା ଦୂର ହୁଏ ।

ରାତ୍ରିରେ ସ୍ନାନ କଲେ ଏହି ସମସ୍ୟା ଦୂର ହୁଏ ।
କେତେକ ଲୋକ ସକାଳେ ସ୍ନାନ କରିବାକୁ ଉପକାରୀ ବୋଲି ଭାବିଥାନ୍ତି । ସେହିପରି ଆଉ କେତେକ ଲୋକ ଅପରାହ୍ନରେ ସ୍ନାନ କରିବାକୁ ଶ୍ରେୟ ବୋଲି ଭାବନ୍ତି । ହେଲେ ରାତ୍ରିରେ ସ୍ନାନ କଲେ ଶରୀର ପରିଷ୍କାର ହେବା ସହିତ ମୁଣ୍ଡ ଥଣ୍ଡା ରହିଥାଏ । ଶରୀରକୁ ଆରାମ ମିଳିବା ସହିତ ରାତିରେ ସୁଖ ନିଦ୍ରା ଆସିଥାଏ । ଫଳରେ ଶରୀରର ଥକାପଣ ଓ ମନର ଚିନ୍ତା ଦୂର ହୁଏ । ମାନସିକ ଅବସ୍ଥା ମଧ୍ୟ ଠିକ୍ ରୁହେ । ରାତ୍ରିରେ ସ୍ନାନ କଲେ ଚର୍ମ ସଫା ରହିଥାଏ । ମୁଖ ବ୍ରଣ, ଚର୍ମ ଶୁଷ୍କ ସମସ୍ୟା ଓ ଚର୍ମ ସମସ୍ୟା ଦୂର ହୋଇଥାଏ । ବିଜ୍ଞାନ ମତରେ ରାତିରେ ଶୋଇବା ପୂର୍ବରୁ ସ୍ନାନ କଲେ ଶରୀର ପ୍ରତିରକ୍ଷା ଶକ୍ତି ବୃଦ୍ଧି ପାଏ । ଉଚ୍ଚ ରକ୍ତଚାପ ଥିବା ରୋଗୀ ରାତିରେ ସ୍ନାନ କରିବା ଭଲ । ରାତ୍ରିରେ ସ୍ନାନ କଲେ ରକ୍ତଚାପ ନିୟନ୍ତ୍ରଣ ରୁହେ । ଶରୀରରେ ଶକ୍ତି ଉତ୍ପନ୍ନ ହୁଏ । ରାତି ସମୟରେ ଉଷୁମ ପାଣିରେ ସ୍ନାନ କଲେ ଶରୀରରେ ରକ୍ତ ସଞ୍ଚାଳନ ଭଲ ହୋଇଥାଏ ଓ ଶରୀରର କ୍ଲାନ୍ତ ଦୂର ହୁଏ