କଟକରୁ ଗିରଫ ହେଲେ କୋଟପୁଟ ଜିଲ୍ଲା ଶିକ୍ଷାଧିକାରୀ(ଡିଇଓ)

କଟକରୁ ଗିରଫ ହେଲେ କୋଟପୁଟ ଜିଲ୍ଲା ଶିକ୍ଷାଧିକାରୀ(ଡିଇଓ)

କଟକରୁ ଗିରଫ ହେଲେ କୋଟପୁଟ ଜିଲ୍ଲା ଶିକ୍ଷାଧିକାରୀ(ଡିଇଓ)
କୋରାପୁଟ - କୋଟପୁଟ ଜିଲ୍ଲା ଶିକ୍ଷାଧିକାରୀ(ଡିଇଓ) ପ୍ରମୋଦ ପଣ୍ଡାକୁ ଗିରଫ କରାଯାଇଛି । କୋରାପୁଟ ପୁଲିସର ସ୍ପେଶାଲ ସ୍କ୍ୱାଡ ଶ୍ରୀ ପଣ୍ଡାଙ୍କୁ କଟକରୁ ଗିରଫ କରିଛି । ତାଙ୍କ ବାସଭବନରେ ଜଣେ ଶିକ୍ଷକଙ୍କ ଆତ୍ମହତ୍ୟା ମାମଲାରେ ପୁଲିସ ତାଙ୍କୁ ଗିରଫ କରିଛି । ପ୍ରକାଶ ଯେ, ଡିସେମ୍ବର ୮ ତାରିଖ ଦିନ ଶିକ୍ଷକ ଚିତ୍ତରଞ୍ଜନ ପଣ୍ଡା ଡିଇଓ ଶ୍ରୀ ପଣ୍ଡାଙ୍କ ବାସଭବନରେ ଆତ୍ମହତ୍ୟା କରିଥିଲେ । ସେ ମାନସିକ ଚାପରୁ ଆତ୍ମହତ୍ୟା କରିଥିବା ନେଇ ସୁଇସାଇଡାଲ ନୋଟ ମିଳିଥିଲା । ଉକ୍ତ ସୁଇସାଡନାଲ ନୋଟରେ ଡିଇଓଙ୍କ ସହ ୮ ଜଣଙ୍କୁ ଦାୟୀ କରାଯାଇଥିଲା । ପୂର୍ବରୁ ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଥିବାବେଳେ ଏବେ ଡିଇଓଙ୍କୁ ଗିରଫ କରାଯାଇଥିବା କୋରାପୁଟ ପୁଲିସ ପକ୍ଷରୁ ସୂଚନା ମିଳିଛି ।