କଟକ ଲିଙ୍କ୍ ରୋଡ଼ ସ୍ଥିତ ଏଲ.ଆଇ.ସି କାର୍ଯ୍ୟାଳୟ ସମ୍ମୁଖରେ କଟକ ଜିଲ୍ଲା କଂଗ୍ରେସ ର ବିକ୍ଷୋଭ

କଟକ ଲିଙ୍କ୍ ରୋଡ଼ ସ୍ଥିତ ଏଲ.ଆଇ.ସି କାର୍ଯ୍ୟାଳୟ ସମ୍ମୁଖରେ କଟକ ଜିଲ୍ଲା କଂଗ୍ରେସ ର ବିକ୍ଷୋଭ

କଟକ ଲିଙ୍କ୍ ରୋଡ଼ ସ୍ଥିତ ଏଲ.ଆଇ.ସି କାର୍ଯ୍ୟାଳୟ ସମ୍ମୁଖରେ କଟକ ଜିଲ୍ଲା କଂଗ୍ରେସ ର ବିକ୍ଷୋଭ

କଟକ ୦୬.୦୨ ଆଜି କଟକ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ମାନସ ରଞ୍ଜନ ଚୌଧୁରୀ ଙ୍କ ନେତୃତ୍ୱରେ ଅଦାନୀ ଗ୍ରୁପ ର ଜାଲିଆତି , ଶଠତା ଓ ପ୍ରଧାନ ମନ୍ତ୍ରୀ ଙ୍କ ଅବିଶ୍ୱାସନିୟତା ପ୍ରତିବାଦ ରେ ଏକ ବିଶାଳ ଶୋଭାଯାତ୍ରା କଟକ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ରୁ ବାହାରି ମଧୁ ପାଟଣା ଛକ ଦେଇ ଲିଙ୍କ୍ ରୋଡ଼ ସ୍ଥିତ ଏଲ.ଆଇ.ସି କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା । ସେଠାରେ ଶ୍ରୀ ଚୌଧୁରୀ ଙ୍କ ଅଧ୍ୟକ୍ଷତାରେ ଏକ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା । ଏହି ପ୍ରରିପ୍ରେକ୍ଷୀ ରେ ଶ୍ରୀ ଚୌଧୁରୀ କହିଥିଲେ ଯେ ଆଦାନୀ - ମୋଦି ମଧୁଚନ୍ଦ୍ରିକା ରେ ନିରୀହ ଜମାକାରୀ ଲୁଣ୍ଠିତ । ଆଦାନୀ ଗ୍ରୁପ ପରି ଏକ ଶଠ କମ୍ପାନୀ ଗ୍ରୁପ କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଲ.ଆଇ.ସି , ଷ୍ଟେଟ ବ୍ୟାଙ୍କ ଏବଂ ଅନ୍ୟ ଅର୍ଥ ଲଗାଣ କାରି ସଂସ୍ଥା ଉପରେ ଚାପ ପକାଇ ବିପୁଳ ପରିମାଣ ର ଅର୍ଥ ବିନିଯୋଗ ଓ ଋଣ ର ବ୍ୟବସ୍ଥା କରିଲେ । ଏବେ ହିଣ୍ଡେନ ବର୍ଗ ସଂସ୍ଥା ର ରିପୋର୍ଟ ରେ ଅଦାନୀ ଗ୍ରୁପ ର ଜାଲିଆତି ପଦାରେ ପଡି ଯାଇଛି । ଏହା ମରିସସ , U.A.E. ଏବଂ କାରୀବିଆନ ଦୀପ ପୁଞ୍ଜ ପ୍ରଭୃତି କର ମୁକ୍ତ ଦେଶରେ ୨୮ ଟି ଠକ କମ୍ପାନୀ ଖୋଲି ଦେଶରେ ଏକ ନମ୍ବର ଏବଂ ବିଶ୍ୱରେ ତିନି ନମ୍ବର ଧନୀର ମାନ୍ୟତା ପାଇଲେ । ମାତ୍ର ଏହା ସମ୍ପୂର୍ଣ୍ଣ ଜାଲିଆତି ବୋଲି ହିଣ୍ଡେନ ବର୍ଗ ସ୍ପଷ୍ଟ କରିଦେଲା । ବର୍ତ୍ତମାନ ଜମାକାରୀ ଓ ନିବେଶ କାରୀ ଙ୍କର ଦଶ ଲକ୍ଷ କୋଟି ଅର୍ଥ କ୍ଷତି ହୋଇଛି । ଏଲ.ଆଇ.ସି ଓ ଏସ.ବି.ଆଇ ସଂସ୍ଥା ପ୍ରମାଦ ଗଣୁଛନ୍ତି । ମାନ୍ୟବର ରାହୁଲ ଗାନ୍ଧୀ ମୋଦି - ଆଦାନୀ ସମ୍ପର୍କରେ ଦେଶ ବର୍ବାଦ ହୋଇଯିବ ବୋଲି ବାରମ୍ବାର ସତର୍କ ବାଣୀ କରିଛନ୍ତି ।

 ସେତବେଳେ ଏହାକୁ ଗୁରୁତ୍ୱ ଦିଆଯାଇଥିଲେ ଆଜି ଏ ଅବସ୍ଥା ହୋଇ ନଥାନ୍ତା । ଗତ ପାଞ୍ଚ ବର୍ଷ ରେ ନରେନ୍ଦ୍ର ମୋଦି ବିଜୟ ମାଲ୍ୟା, ନିରବ ମୋଦି ଓ ମେହୁଲ ଚୋକ୍ସି ପରି ୩୮ ରୁ ଉର୍ଦ୍ଧ୍ବ  ଜାଲି ଶିଲ୍ପ ପତି ଙ୍କ ପାଇଁ ଅର୍ଥ ବ୍ୟବସ୍ଥା କରିବା ସହ ସେମାନେ ବୁଡ଼ିଗଲା ପରେ କିପରି ଦେଶରୁ ଖସି ଚାଲିଯିବେ ତାର ବ୍ୟବସ୍ଥା ମଧ୍ୟ କରିଛନ୍ତି । ଆଦାନୀ ପ୍ରଧାନ ମନ୍ତ୍ରୀ ମୋଦିଙ୍କ ମାନସ ପୁତ୍ର ।ଆଦାନୀ ଗ୍ରୁପ କୁ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରିବାକୁ ଯାଇ ଦେଶର ରେଳ ବାଇ , ପୋର୍ଟ , ଏଆର ପୋର୍ଟ , ଏବଂ ବହୁ ରାଷ୍ଟ୍ରୀୟ ସମ୍ପତି ଟେକି ଦେଇଛନ୍ତି । 


ଆମ୍ଭେ ଏକ ସାଙ୍ଘାତିକ ପରିସ୍ଥିତି କୁ ସାମ୍ନା କରିବାକୁ ଯାଉଛେ । ସୁତରାଂ ଆଦାନୀ ଗ୍ରୁପ ର ଜାଲିଆତି ବିରୁଦ୍ଧରେ ମାନ୍ୟବର ସୁପ୍ରିମକୋର୍ଟ ପ୍ରଧାନ ବିଚାର ପତି କିମ୍ବା ଯୁଗମ ସଂସଦୀୟ କମିଟି ର ତଦନ୍ତ ଦାବି କରିବା ସହ ଯମାକାରୀଙ୍କ ଅର୍ଥର ସୁରକ୍ଷା ପାଇଁ ମଧ୍ୟ ଦାବି ଜଣାଉଛ । ଆଜିର କାର୍ଯ୍ୟକ୍ରମ ରେ ବିଭୁତି ମିଶ୍ର , ଦେବାଶିଷ ପଟ୍ଟନାୟକ , ଅମୀୟ ପାଣ୍ଡବ , ଦେବେନ୍ଦ୍ର ସାହୁ , ପ୍ରକାଶ ମିଶ୍ର , ୟାକୁବ ଖାନ୍ , ରବୀନ୍ଦ୍ର କର , ପ୍ରିୟଜିତ ରାୟ , ମନୋଜ ବିଶ୍ୱାଳ , ଡ଼. ବିପ୍ଳବ ସିଲାଦିତ୍ୟ , ମାନସ ରଞ୍ଜନ ପ୍ରଧାନ , ସମରେନ୍ଦ୍ର ହାତୀ , ସିଡିର ରଥ , ଆଲୋକ ଲେଙ୍କା , ସାନ୍ତାୟନ ମିଶ୍ର , ଶିଶିର ମିଶ୍ର , ସଚିତା ନନ୍ଦ ରାଉତ , ରାଜେଶ ସ୍ବାଇଁ , ସତୀଶ ଶେଖର , ରାଜ୍ ସିକନ ସ୍ୱାଇଁ , ସଦାଶିବ ବାରିକ , ବେଣୁଧର ପ୍ରଧାନ , ରମାକାନ୍ତ ବେହେରା , ଅଲେଖ ସ୍ବାଇଁ , ରାମଚନ୍ଦ୍ର ଗୋଛାୟତ , ଦୀପକ ସାହୁ , ଆଶୁତୋଷ ବରାଳ , ଉଗ୍ରେସନ ଭୂଇୟାଁ , ସୁଦାମ ବାରିକ , ସପନ ପାଳ , ମନୋଜ ଖିଲାର , ଦୀପକ ମହାନ୍ତି , ୟସରାଜ୍ ବେହେରା, ସଙ୍କର ପଟ୍ଟନାୟକ , ଆଶୁତୋଷ ରାଉତ , କମଳେନ୍ଦୁ ଆଚାର୍ଯ୍ୟ , ସତ୍ୟଜିତ ସେଠି , ସୌମ୍ୟରଂଜନ ପ୍ରଧାନ , ମିହିର ଦାସ , ପ୍ରମୋଦ ଖୁଣ୍ଟିଆ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ପରିଶେଷରେ ନାରଣ ଜେନା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।