କଙ୍ଗନାଙ୍କ ପୂର୍ବରୁ ଶାହରୁଖ ଓ କପିଲ ଶର୍ମାଙ୍କ ଘର ବି ଭାଙ୍ଗିଛି ବିଏମସି

କଙ୍ଗନାଙ୍କ ପୂର୍ବରୁ ଶାହରୁଖ ଓ କପିଲ ଶର୍ମାଙ୍କ ଘର ବି ଭାଙ୍ଗିଛି ବିଏମସି

କଙ୍ଗନାଙ୍କ ପୂର୍ବରୁ ଶାହରୁଖ ଓ କପିଲ ଶର୍ମାଙ୍କ ଘର ବି ଭାଙ୍ଗିଛି ବିଏମସି
ଗତ କିଛି ଦିନ ହେଲା କଙ୍ଗନାଙ୍କ ପାଲି ହିଲସ୍ଥିତ କାର୍ଯ୍ୟାଳୟକୁ ବିଏମସି ଭାଙ୍ଗିବା ଘଟଣା ବେଶ ଚର୍ଚ୍ଚାରେ ରହିଛି । କିନ୍ତୁ ଆମେ ଏଠାରେ ଜଣାଇ ଦେଉଛୁ ଯେ, କେବଳ କଙ୍ଗନା ନୁହନ୍ତି ଏହା ପୂର୍ବରୁ କମେଡି କିଙ୍ଗ କପିଲ ଶର୍ମା ଓ ବଲିଉଡ ବାଦଶାହ ଶାହାରୁଖ ବି ବିଏମସିର ଏହି ରୂପ ଦେଖିସାରିଛନ୍ତି । ୨୦୧୬ ସେପ୍ଟେମ୍ବର ୯ ତାରିଖରେ କପିଲ ଟ୍ୱିଟ କରିଥିଲେ ଯେ, ମୁଁ ଦୀର୍ଘ ୫ ବର୍ଷ ହେଲା ୧୫ କୋଟି ଟଙ୍କାର ଆୟକର ଜମା କରୁଛି । ଏହା ସତ୍ତ୍ୱେ ମୋ କାର୍ଯ୍ୟାଳୟ ନିର୍ମାଣ ପାଇଁ ମୁଁ ବିଏମସିକୁ ୫ ଲକ୍ଷ ଟଙ୍କା ଲାଞ୍ଚ ଦେବାକୁ ପଡ଼ିବ । ଏହି ଟ୍ୱିଟକୁ ଦେଖି ମହାରାଷ୍ଟ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ ସମ୍ପୃକ୍ତ ଅଧିକାରୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିକ୍ରିୟା ଦେଇଥିଲେ । କିନ୍ତୁ ଏହା ପରେ ବିଏମସି କପିଲ ବେଆଇନ ଭାବେ ଗୋରେଗାଓଁ ସ୍ଥିତ ଫ୍ଲାଟର କିଛି ଅଂଶ ନିର୍ମାଣ କରିଥିବା ନେଇ ବମ୍ବେ ହାଇକୋର୍ଟରୁ ଆଫିଡେଭିଟ ଆଣିଥିଲା । ଫଳରେ ବିଏମସି ଓ କପିଲଙ୍କ କଳିରେ କପିଲଙ୍କ ସହ ସେହି ବିଲ୍ଡିଂରେ ରହୁଥିବା ଇରଫାନ ଖାନଙ୍କ ଫ୍ଲାଟର କିଛି ଅଂଶ ବିଏମସି ଭାଙ୍ଗି ଦେଇଥିଲା । ଏହା ପୂର୍ବରୁ ୨୦୧୫ ରେ ଫେବୃୟାରୀରେ ଶାହରୁଖଙ୍କ ବାସଭବନ ମନ୍ନତ ସମ୍ମୁଖର ର୍ୟାମ୍ପକକୁ ବି ବିଏମସି ଭାଙ୍ଗି ଦେଇଥିଲା ଓ ବିବାଦକୁ ସେଠି ସାରିବାକୁ ଶାହାରୁଖ ବିଏମସିକୁ ୨ ଲକ୍ଷ ଟଙ୍କା ଜରିମାନା ଦେବାକୁ ବାଧ୍ୟ ହୋଇଥିଲେ