କଙ୍ଗନାଙ୍କୁ ପ୍ରକାଶ ରାଜଙ୍କ ବ୍ୟଙ୍ଗ

କଙ୍ଗନାଙ୍କୁ ପ୍ରକାଶ ରାଜଙ୍କ ବ୍ୟଙ୍ଗ

କଙ୍ଗନାଙ୍କୁ ପ୍ରକାଶ ରାଜଙ୍କ ବ୍ୟଙ୍ଗ
କଙ୍ଗନା ନିଜକୁ ରାଣୀ ଲକ୍ଷ୍ମୀବାଈଙ୍କ ସହ ତୁଳନା କରିବା ପରେ ଅଭିନେତା ପ୍ରକାଶ ରାଜ ଏହାର ବ୍ୟଙ୍ଗ କରିଛନ୍ତି । ସେ ଶାହରୁଖ ଖାନ, ଅମୀର ଖାନ, ହି୍ରତିକ ରୋଶନ, ଅଜୟ ଦେବଗନ, ବିବେକ ଓବରଏ, ଦୀପିକା ପାଦୁକୋନ ଆଦିଙ୍କର ଯଥାକ୍ରମେ ସମ୍ରାଟ ଅଶୋକ, ମଙ୍ଗଲପାଣ୍ଡେ, ଆକବର, ଭଗତ ସିଂହ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଣୀ ପଦ୍ମାବତୀଙ୍କ ରୂପରେ ଏକ କୋଲାଜ ଫଟେ ଟ୍ୱିଟ କରିଛନ୍ତି । ଏଥିସହ ସେ ଲେଖିଛନ୍ତି ଯଦି ଗୋଟିଏ ଚଳଚ୍ଚିତ୍ର କଙ୍ଗନାଙ୍କୁ ରାଣୀ ଲକ୍ଷ୍ମୀବାଈ କରି ଦେଲ ତେବେ ଶାହାରୁଖ ହେଉଛନ୍ତି ସମ୍ରାଟ ଅଶୋକ, ଆମିର ଖାନ ହେଉଛନ୍ତି ମଙ୍ଗଲପାଣ୍ଡେ, ହି୍ରତିକ ରୋଶନ ହେଉଛନ୍ତି ଆକବର, ଅଜୟ ଦେବଗନ ହେଉଚନ୍ତି ଭଗତ ସିଂ, ବିବେକ ହେଉଛନ୍ତି ନରେନ୍ଦ୍ର ମୋଦି ଓ ଦୀପିକା ହେଉଛନ୍ତି ରାଣୀ ପଦ୍ମାବତୀ । ପ୍ରକାଶଙ୍କ ଏଭଳି କଟାକ୍ଷରେ କଙ୍ଗନାଙ୍କ ଅନେକ ପ୍ରଶଂସକ କ୍ଷୁବ୍ଧ ହୋଇଛନ୍ତି । ଅନେକ ଟ୍ୱିଟର ବ୍ୟବହାରକାରୀ ଲେଖିଛନ୍ତି, ସମ୍ମାନନୀୟ ପ୍ରକାଶଜୀ, କଙ୍ଗନାଙ୍କର କାର୍ଯ୍ୟାଳୟକୁ ଭାଙ୍ଗି ଦିଆଯାଇଛି । ଆପଈଙ୍କ ପାଇଁ ହୁଏତ ଏହା ସାଧାରଣ କଥା ହୋଇପାରେ । କିନ୍ତୁ କଙ୍ଗନା ନିଜ ପରିଶ୍ରମ ଓ କଷ୍ଟରେ ଠିଆ କରିଥିବା କାର୍ଯ୍ୟାଳୟକୁ ବିଏମସି ଚୁରମାର କରିଦେଇଛି । କାର୍ଯ୍ୟାଳୟ ବନ୍ଦ ଯୋଗୁଁ କେତେ କର୍ମଚାରୀ ନିଜ ଜୀବିକା ହରାଇଥିଲେ ଆପଣ ଜାଣିପାରୁଛନ୍ତି ତ? ତାଙ୍କ ଦୁଃଖ ବୁଝିବାକୁ ଚେଷ୍ଟା କରନ୍ତୁ ବୋଲି ପ୍ରକାଶ ରାଜଙ୍କୁ ପ୍ରଶଂସକମାନେ ଲେଖିଛନ୍ତି ।