କଂଚା ହଳଦୀର ଉପକାରିତା ବିଷୟରେ ଜାଣନ୍ତୁ
କଂଚା ହଳଦୀର ଉପକାରିତା ବିଷୟରେ ଜାଣନ୍ତୁ
ଭୁବନେଶ୍ୱର: ଓଡ଼ିଆ ଘରେ ହଳଦୀର ମୁଖ୍ୟ ଭୂମିକା ରହିଥାଏ । ରୋଷେଇ ବାସରେ ହେଉ କି ପୂଜା କର୍ମରେ ହଳଦୀ ସବୁବେଳେ ଦରକାର ପଡ଼ିଥାଏ । ପରମ୍ପରା ଅନୁସାରେ, ସୁଦ୍ଧି ହେବା ପାଇଁ ମଧ୍ୟ ହଳଦୀକୁ ବ୍ୟବହାର କରାଯାଇଥାଏ । ସେହିପରି କଷା ମସଲାରେ ମାତ୍ର ଚିମୁଟାଏ ହଳଦୀ ମିଶାଇଦେଲେ, ତରକାରିରେ ରଙ୍ଗ ବଦଳିଯାଏ । ଏତିକି ଟିକିଏ ହଳଦୀ ହେଲେ ତା ଗୁଣ ବି କିଛି କମ୍ ନୁହେଁ ।
କରୋନା ସଂକ୍ରାମକର ଭୟାବହତା ପୁରା ବିଶ୍ୱରେ ଚାଲିଥିବା ବେଳେ ବିଦେଶୀ ଡ଼ାକ୍ତର ମାନେ ହଳଦୀକୁ ମହୋଷଧି ବୋଲି କହିଥିଲେ । ସତ କଥାଟି ହେଲା, ପାଶ୍ଚତ୍ୟ ରାଷ୍ଟ୍ରରେ ସେଇ ସମୟରେ ହଳଦୀରେ ଉପଯୋଗିତା ସମସ୍ତେ ଜାଣିପାରିଲେ । ଗୁଣ୍ଡ ହଳଦୀ ତୁଳନାରେ ଖଣ୍ଡ କଂଚା ହଳଦୀରେ ଔଷଧୀୟ ଗୁଣ ସବୁଠୁ ଅଧିକ ବୋଲି ବିଶେଷଜ୍ଞ ଦଳ କହିଛନ୍ତି ।
- ହଳଦୀକୁ ପାନୀୟ ଭାବେ କିମ୍ବା ରନ୍ଧା ହେଉଥିବାବେଳେ ମଧ୍ୟ ମିଶାଇ ଖାଇ ପାରିବେ । ଗାଁ ଗହଳି ଲୋକ ଏବେ ଯାଏଁ କଂଚା ହଳଦୀ ବଟା ଖାଉଛନ୍ତି । ସେଥିପାଇଁ ସେଠି ବୟସ୍କଲୋକଙ୍କୁ ଆଣ୍ଠୁ ଗଣ୍ଠି ରୋଗ ସହଜରେ ହୁଏନି ।
- ଯେତେ ପ୍ରକାର ସଂକ୍ରାମକ ରୋଗରୁ ରକ୍ଷାପାଇବାକୁ ଚାହୁଁଥିଲେ, ନିୟମିତ ଉଷୁମ ଖିରରେ ହଳଦୀ ଚିମୁଟାଏ ମିଶାଇ ପିଅନ୍ତୁ । କିଛି ସମୟ ପରେ ଏହି ପାନୀୟର ଶକ୍ତି ଜାଣିପାରିବେ।
- କରୋନା ପର ଠାରୁ ଚୀନ୍, ଜାପାନ୍, ଆମେରିକାରେ ହଳଦୀ ଚା’ କୁ ବି ଲୋକେ ଆଦରି ନେଇଛନ୍ତି ।
- ବିଭିନ୍ନ ପ୍ରକାରର ସ୍କିନ ଇନଫେକ୍ସନରୁ ମଧ୍ୟ ହଳଦୀ ରକ୍ଷା କରିଥାଏ । ଗାଧୋଇବା ସମୟରେ କଞ୍ଚା ହଳଦୀର ବ୍ୟବହାର କରିପାରନ୍ତି ।
- ପେଟ ଜନିତ ରୋଗ ପାଇଁ ହଳଦୀ ଖାଆନ୍ତୁ । ଗରମ ଖିରରେ ଏକ ଚାମଚ କଞ୍ଚା ହଳଦୀ ବଟା ମିଶାଇ ପିଇଲେ ପେଟ ସମସ୍ୟା ଦୂର ହୋଇଯାଇଥାଏ ।




admin 