କଂଗ୍ରେସ ଭବନରେ ଗଣ୍ଡଗୋଳ: ୬ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

କଂଗ୍ରେସ ଭବନରେ ଗଣ୍ଡଗୋଳ: ୬ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

କଂଗ୍ରେସ ଭବନରେ ଗଣ୍ଡଗୋଳ: ୬ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ
କଂଗ୍ରେସ ଭବନରେ ଗଣ୍ଡଗୋଳ କରିଥିବା ଯୁବ ନେତାଙ୍କ ବିରୋଧରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ । ଦଳୀୟ ଶୃଙ୍ଖଳା ପାଇଁ ପ୍ରଦେଶ କଂଗ୍ରେସ କମିଟି ଏପଡ଼ି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି । ନୂତନ ଯୁବ କଂଗ୍ରେସ ସଭାପତି ସ୍ମୃତି ରଞ୍ଜନ ଲେଙ୍କାଙ୍କ ଦାୟିତ୍ୱ ଗ୍ରହଣକୁ ନେଇ ଘଟିଥିବା ଲଙ୍କାକାଣ୍ଡକୁ ନେଇ ଅନୁଷ୍ଠିତ ହୋଇଥିବା ଶୃଙ୍ଖଳା କମିଟି ବୈଠକରେ ୬ ଜଣ ଯୁବ ନେତାଙ୍କୁ ଚିହ୍ନଟ କରାଯାଇଛି । ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଏଆଇସିସିକୁ ସୁପାରିସ କରାଯାଇଛି । ବୈଠକ ସମ୍ପର୍କରେ ସୂଚନା ଦେଇ ପୂର୍ବତନ ସାଂସଦ ତଥା କମିଟି ଅଧ୍ୟକ୍ଷ ରଂଜୀବ ବିଶ୍ୱାଳ କହିଥିଲେ ମହାପ୍ରଭୁ ଜଗନ୍ନାଥଙ୍କ ଶ୍ରୀଗୁଣ୍ଡିଚା ଦିନ କଂଗ୍ରେସ ଭବନରେ ଘଟିଥିବା ଅପ୍ରୀତିକର ଘଟଣା ଦୁର୍ଭାଗ୍ୟ ଜନକ । ଏପରି ଗଣ୍ଡଗୋଳକୁ ଆଦୌ ବରଦାସ୍ତ କରାଯିବନି । ଫଳରେ ଲୋକଙ୍କ ପାଖରେ ଦଳର ପ୍ରତିଛବି ଖରାପ ହେବା ସହ ଭଲ ବାର୍ତ୍ତା ଯାଉନି । ଯେଉଁମାନେ ଏପରି ଘଟଣା ପାଇଁ ଦାୟୀ ସେମାନଙ୍କୁ ଚିହ୍ନଟ କରାଯାଇଛି । ଯିଏ କଂଗ୍ରେସ ପାଇଁ କାମ କରିବ ଦଳକୁ ସ୍ୱାଗତ କରାଯିବ ନଚେତ ଗେଟ ବାହାରେ ରୁହନ୍ତୁ ବୋଲି ଶ୍ରୀ ବିଶ୍ୱାଳ କହିଥିଲେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କମିଟି ସଦସ୍ୟ ବିଶ୍ୱ ଦାସ, ମାନସ ଚୌଧୁରୀ, ସଂଗ୍ରାମ ଜେନାଙ୍କ ସମେତ କଂଗ୍ରେସ ନେତ୍ରୀ ଶୁଭଶ୍ରୀ ପଣ୍ଡା ଓ ଯୁବ କଂଗ୍ରେସ ନେତାମାନେ ସାମିଲ ଥିଲେ ।