କଂଗ୍ରେସ ଛାଡିଲେ ଆଉ ଜଣେ ନେତା, , ଜାଣନ୍ତୁ କିଏ

କଂଗ୍ରେସ ଛାଡିଲେ ଆଉ ଜଣେ ନେତା, , ଜାଣନ୍ତୁ କିଏ

କଂଗ୍ରେସ ଛାଡିଲେ ଆଉ ଜଣେ ନେତା, , ଜାଣନ୍ତୁ କିଏ

ହାଇଦ୍ରାବାଦ: ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବି ଆଜାଦଙ୍କ ଇସ୍ତଫା ପରେ କଂଗ୍ରେସକୁ ଆଉ ଏକ ଝଟ୍‌କା ଲାଗିଛି। ତେଲେଙ୍ଗାନାର କଂଗ୍ରେସ ନେତା ତଥା ପୂର୍ବତନ ରାଜ୍ୟସଭା ସାଂସଦ ଏମ୍‌ଏ ଖାନ୍‌ ଇସ୍ତଫା ଦେଇଛନ୍ତି। ତେବେ ଦଳ ଛାଡିବା ପୂର୍ବରୁ ସେ ମଧ୍ୟ ଆଜାଦଙ୍କ ଭଳି ରାହୁଲ ଗାନ୍ଧିଙ୍କ ଉପରେ ଜୋରଦାର ବର୍ଷିଛନ୍ତି।

ପାଞ୍ଚ ପୃଷ୍ଠାର ଇସ୍ତଫା ପତ୍ରରେ ଆଜାଦ ରାହୁଲ ଗାନ୍ଧିଙ୍କୁ ଜଣେ ‘ନନ୍‌ ସିରିୟସ୍‌’ ନେତା ବୋଲି କହିଥିଲେ। ଏବେ ଏମଏ ଖାନ ମଧ୍ୟ ସମାନ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ‘ରାହୁଲ ଗାନ୍ଧି ଦଳର ଉପ-ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ହିଁ କଂଗ୍ରେସ କ୍ଷତିଗ୍ରସ୍ତ ହୋଇଛି। ସେମାନଙ୍କର ଚିନ୍ତାଧାରା ଭିନ୍ନ, ବ୍ଲକ ସ୍ତରଠାରୁ ବୁଥ ସ୍ତର ପର୍ୟ୍ୟନ୍ତ କୌଣସି କାର୍ୟ୍ୟକର୍ତ୍ତାଙ୍କ ସହ ତାଙ୍କର ମେଳ ଖାଉ ନାହିଁ।’

ସେ ଆହୁରି କହିଛନ୍ତି, ‘ଦଳର ସମସ୍ତ ବଡ ବଡ ନେତା, ଯେଉଁମାନେ ବର୍ଷ ବର୍ଷ ଧରି ଦଳକୁ ମଜଭୁତ କରିଥିଲେ, ସେମାନେ ଏବେ ଦଳ ଛାଡୁଛନ୍ତି। ବରିଷ୍ଠ ସଦସ୍ୟଙ୍କ ସହ କିଭଳି ବ୍ୟବହାର କରିବା ଉଚିତ ତାହା ରାହୁଲ ଗାନ୍ଧି ଜାଣି ନାହାନ୍ତି। ତେଣୁ ପରିସ୍ଥିତିକୁ ଦେଖି ଦଳରୁ ଇସ୍ତଫା ଛଡା ମୋ ପାଖରେ ଆଉ କୌଣସି ବିକଳ୍ପ ନାହିଁ।’
ଉଲ୍ଲେଖଯୋଗ୍ୟ, ଶୁକ୍ରବାର କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବି ଆଜଦ ଦଳର ପ୍ରାଥମିକ ସଦସ୍ୟତା ସମେତ ଦଳର ସମସ୍ତ ପଦରୁ ଇସ୍ତଫା ଦେଇଥିଲେ। ତାଙ୍କ ପରେ ପରେ ଜମ୍ମୁକଶ୍ମୀରର ପାଞ୍ଚ ଜଣ କଂଗ୍ରେସ ନେତା ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ସମର୍ଥନ କରି ଦଳ ଛାଡି ଦେଇଥିଲେ।