ଓଡ଼ିଶାରେ ପହଞ୍ଚିଲା ଓମିକ୍ରନ୍‌ ଟେଷ୍ଟିଂ କିଟ୍

ଓଡ଼ିଶାରେ ପହଞ୍ଚିଲା ଓମିକ୍ରନ୍‌ ଟେଷ୍ଟିଂ କିଟ୍

ଓଡ଼ିଶାରେ ପହଞ୍ଚିଲା ଓମିକ୍ରନ୍‌ ଟେଷ୍ଟିଂ କିଟ୍

ଭୁବନେଶ୍ୱର: ଓମିକ୍ରନ ଟେଷ୍ଟିଂ ପାଇଁ ଓଡ଼ିଶାରେ ପହଞ୍ଚିଲା ଓମିସିୟୋର କିଟ୍ । କରୋନା ପଜିଟିଭ୍ ହେଲା ପରେ, ସେହି ନମୁନାକୁ ଜିନୋମ ସିକ୍ୱେନ୍ସିଂ ପାଇଁ ପଠାଯାଉଥିଲା   । ରିପୋର୍ଟ ଆସିଲା ପରେ ରିପୋର୍ଟ ଓମିକ୍ରନ ପଜିଟିଭ୍ କି ନା, ଜଣା ପଡୁଥିଲା   । ଏଥିପାଇଁ ସମୟ ଲାଗୁଥିଲା  । କିନ୍ତୁ ଏବେ ଆଉ ଅପେକ୍ଷା କରିବାକୁ ପଡିବନି  । ଏଣିକି ସହଜ ହେବ ଓମିକ୍ରନ ଟେଷ୍ଟ । 

କାରଣ ଓଡିଶାରେ ପହଞ୍ଚିଛି ଓମିସିୟୋର କିଟ୍ । ପ୍ରଥମ ପର୍ୟ୍ୟାୟରେ କିଛି ପରିମାଣର କିଟ୍ ରାଜ୍ୟକୁ ଆସିଛି । ମେଡିକାଲ ଆଣ୍ଡ ଡାଇଗ୍ନୋଷ୍ଟିକ୍ ଲିମିଟେଡ ଟାଟା ଏମ୍ଡି ପକ୍ଷରୁ ଓଡିଶାକୁ ଏହି କିଟ୍ ପଠାଯାଇଛି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଓମିକ୍ରନ କିଟ୍ ଓମିସିୟୋରର ୫ଲକ୍ଷ କିଟ୍ ପାଇଁ ଅର୍ଡର ଦେଇଛନ୍ତି । ଓମିକ୍ରନର ଲକ୍ଷଣ ଥିଲେ ସଙ୍ଗେ ସଙ୍ଗେ ଏହି କିଟ୍ରେ ଟେଷ୍ଟ କରିବା ଦ୍ୱାରା ଭୂତାଣୁ ଚିହ୍ନଟ ହୋଇପାରିବ ।