ଅମିତ ପାଲେକର ଗୋଆର ଆପ୍‌ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

ଅମିତ ପାଲେକର ଗୋଆର ଆପ୍‌ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

ଅମିତ ପାଲେକର ଗୋଆର ଆପ୍‌ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

ପାଣାଜି: ଗୋଆର ମୁଖ୍ୟମନ୍ତ୍ରୀ ପ୍ରାର୍ଥିୀ ଘୋଷଣା କରିଛନ୍ତି ଆମ୍‌ ଆଦ୍‌ମୀ ପାର୍ଟିର ମୁଖିଆ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌। ଅମିତ ପାଲେକର ଗୋଆର ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ବୋଲି ଘୋଷଣା କରାଯାଇଛି। ଗତକାଲି ପଞ୍ଜାବର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଭଗୱନ୍ତ ସିଂହ ମାନ୍‌ଙ୍କ ନାମ ‌ଘୋଷଣା କରାଯାଇଥିଲା। ଆପ୍‌ ମୁଖ୍ୟମନ୍ତ୍ରୀଙ୍କ ନାମକୁ ଆଗକୁ ରଖି ନୂଆ ଗୋଟି ଚାଳନା କରି ନିର୍ବାଚନକୁ ଓହ୍ଲାଇଛି। ଏଥର ପାର୍ଟି ପଞ୍ଜାବରେ ଭଲ କରିବ ବୋଲି ଆଶା ରଖିଥିବା ବେଳେ ଗୋଆରେ ମଧ୍ୟ ପ୍ରତିପକ୍ଷ ବିଜେପି ଓ କଂଗ୍ରେସକୁ କଡ଼ା ଟକ୍କର ଦେବ ବୋଲି ପାର୍ଟି ପକ୍ଷରୁ କୁହାଯାଇଛି। ଭଣ୍ଡାରୀ ସମାଜରୁ ଆସୁଥିବା ଅମିତ ପାଲେକର ନୂଆ ଚେହେରା। ତାଙ୍କ ନେତୃତ୍ବରେ ଦଳ ଗୋଆରେ ନିର୍ବାଚନ ଲଢ଼ିବ ବୋଲି କେଜ୍ରିୱାଲ୍‌ କରିଛନ୍ତି।