ଓସ୍କାର ଦୌଡ଼ରେ ‘ଜୟ ଭୀମ’
ଓସ୍କାର ଦୌଡ଼ରେ ‘ଜୟ ଭୀମ’
ହାଇଦ୍ରାବାଦ: ଓସ୍କାର ଦୌଡରେ ସାମିଲ ହୋଇଛି ସାଉଥ ସୁପରହିଟ୍ ଫିଲ୍ମ ‘ଜୟ ଭୀମ’। ଓସ୍କାର ଆୱାର୍ଡ ଦୌଡରେ ସାମିଲ ହୋଇଥିବା ୨୭୬ ଫିଲ୍ମର ତାଲିକାରେ ରହିଛି ‘ଜୟ ଭୀମ୍’। ଫିଲ୍ମର ନାଁ ସ୍ଥାନ ପାଇଥିବା ଜଣାପଡିଛି।
ସାଉଥ ଅଭିନେତା ସୂର୍ୟ୍ୟାଙ୍କ ପ୍ରଡକ୍ସନ ହାଉସ ୨ଡି ଏନେଇ ନିଜ ଟ୍ୱିଟ୍ର ଆକାଉଣ୍ଟରେ ଟ୍ୱିଟ୍ କରି ସୂଚନା ଦେଇଛି। ଜୟ ଭୀମ ଓସ୍କାର ଦୌଡରେ ସାମିଲ ହୋଇଥିବା ନେଇ ଏଥିରେ ଘୋଷଣା କରାଯାଇଛି। ଏକାଡେମୀ ପୁରସ୍କାର ପାଇଁ ଜୟ ଭୀମ ସର୍ଟ ଲିଷ୍ଟ ହୋଇଛି ବୋଲି କୁହାଯାଇଛି। କେବଳ ସେତିକି ନୁହେଁ ମଲାୟାଲମ ଫିଲ୍ମ ଅଭିନେତା ମୋହନ ଲାଲଙ୍କ ଫିଲ୍ମ ‘ମରକ୍କର’ ମଧ୍ୟ ଓସ୍କାର ଦୌଡରେ ସାମିଲ ହୋଇଛି।
ସୂଚନା ମୁତାବକ, ଲିଗାଲ ଡ୍ରାମା ଫିଲ୍ମ ‘ଜୟ ଭୀମ’ ନଭେମ୍ବର ୨ ତାରିଖରେ ଆମାଜନ ପ୍ରାଇମରେ ତାମିଲ, ତେଲୁଗୁ ଏବଂ ହିନ୍ଦୀ ଭାଷାରେ ରିଲିଜ ହୋଇଥିଲା। ୧୯୯୩ର ସତ୍ୟ ଘଟଣା ଉପରେ ଆଧାରିତ ଏହି ଫିଲ୍ମ, ଯେଉଁଠି ଆଇନଜୀବୀ ଚନ୍ଦ୍ରୁ ଇରୁଲାର ଜନଜାତିର ଦମ୍ପତି ରାଜକନ୍ନୁ ଓ ସେଙ୍ଗାନି ପାଇଁ କେସ୍ ଲଢ଼ିଥିଲେ। ଏହି ଫିଲ୍ମରେ ଇରୁଲାର ଜନଜାତିର ସଦସ୍ୟଙ୍କ ବିଷୟରେ କୁହାଯାଇଛି, ଯେଉଁମାନେ ଜେଲରେ ନିର୍ୟାତନାର ଶିକାର ହୋଇଥିଲେ।
ଫିଲ୍ମରେ ଅଭିନେତା ସୂର୍ୟ୍ୟା ଓକିଲ ଚନ୍ଦ୍ରୁ ଚରିତ୍ରରେ ଅଭିନୟ କରିଥିଲେ। ତାଙ୍କ ବ୍ୟତୀତ ଫିଲ୍ମରେ ପ୍ରକାଶ ରାଜ, ରାଓ ରମେଶ, ରାଜିଶ ବିଜୟନ୍ ଏବଂ ଲିଜୋ ମୋଲ ଜୋସ୍ ମଧ୍ୟ ଅଛନ୍ତି। ଏହି ଫିଲ୍ମକୁ ଟିଜେ ଜ୍ଞାନୱେଲ ନିର୍ଦ୍ଦେଶନା ଦେଇଛନ୍ତି। ଏହାର କାହାଣୀକୁ ମଧ୍ୟ ସେ ହିଁ ଲେଖିଛନ୍ତି।
କୁହାଯାଉଛି ଯେ, ୯୪ତମ ଓସ୍କାର ପୁରସ୍କାର ପାଇଁ ଭୋଟିଂ ଆସନ୍ତା ଜାନୁଆରୀ ୨୭ରୁ ଆରମ୍ଭ ହୋଇ ଫେବ୍ରୁଆରୀ ୧ ଯାଏଁ ଚାଲିବ। ଓସ୍କାର ପୁରସ୍କାରର ର୍ଘଷଣା ଫେବ୍ରୁଆରୀ ୮ରେ ହେବ।




admin 