ଏସ୍ସିବିରୁ ଏୟାର୍ପୋର୍ଟ ହେଲା ଗ୍ରିନ୍ କରିଡର୍
ଏସ୍ସିବିରୁ ଏୟାର୍ପୋର୍ଟ ହେଲା ଗ୍ରିନ୍ କରିଡର୍
କଟକ: ଜଣେ ଗୁରୁତର ରୋଗୀଙ୍କୁ ନିଆଯିବ ସୁରତ୍। ଆମ୍ବୁଲାନ୍ସକୁ ଏୟାର୍ପୋର୍ଟରେ ପହଞ୍ଚାଇବାକୁ ହେଲା ଗ୍ରିନ୍ କରିଡର୍। କଟକ ଏସ୍ସିବି ମେଡିକାଲ୍ରୁ ଭୁବନେଶ୍ୱର ବିମାନବନ୍ଦର ଯାଏଁ ହେଲା ଗ୍ରିନ୍ କରିଡର ଗୁରୁତର ରୋଗୀ ଜଣକ ହେଲେ ଇନ୍ଦ୍ରମଣି ପାଣି । ସେ ସୁରତ ମ୍ୟୁନିସିପାଲ କମିଶନର ବାଞ୍ଛାନିଧି ପାଣିଙ୍କ ବାପା ବୋଲି ଜଣାଯାଇଛି।
ଇନ୍ଦ୍ରମଣି କଟକରେ ଚିକିତ୍ସିତ ହେଉଥିବା ବେଳେ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ନ ଆସିବାରୁ ଆଜି ତାଙ୍କୁ ସୁରତ ନିଆଯାଉଛି। ତେଣୁ କଟକ ଏସ୍ସିବିରୁ ଭୁବନେଶ୍ୱର ବିମାନବନ୍ଦର ପର୍ୟ୍ୟନ୍ତ ରାସ୍ତାକୁ ଗ୍ରିନ କରିଡର କରାଯାଇ ପୁଲିସ ଏସ୍କର୍ଟରେ ଇନ୍ଦ୍ରମଣିଙ୍କୁ ନିଆଯାଉଛି। ସେଠାରୁ ଏୟାର ଲିଫ୍ଟ୍ କରି ତାଙ୍କୁ ସୁରଟ ନିଆଯିବ ବୋଲି ଜଣାଯାଇଛି।




admin 